Masthead

ତାସ୍ ଖେଳ ରୁ ମହାଭାରତ

ଦୁଇ ପରିବାରର ୮ ଆହତ ୩ ଗୁରୁତର ।

ବଡ଼ଖବର ବ୍ୟୁରୋ ।।

ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ରୁମାଗଡ଼ ଗ୍ରାମରେ ବାରମ୍ବାର ତାଳଖେଳ କୁ ନେଇ ବିଭିନ୍ନ ଘଟଣା ଘଟୁଥିବା ବେଳେ ରବିବାର ତାସ ଖେଳ କୁ ନେଇ ଦୁଇଟି ପରିବାର ମଧ୍ୟରେ ରକ୍ତ ରଞ୍ଜିତ ଅବସ୍ଥାରେ ଗୁରୁତର ହୋଇ ପୋଲସରା ମେଡ଼ିକାଲ ରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ଜଣାପଡିଛି । ଏପରିକି ସାମାନ୍ୟ ତାସ ଖେଳକୁ ନେଇ ଆରମ୍ଭ ହୋଇଥିବା ଖେଳ ଖଣ୍ଡାର ଚୋଟରେ ରୁମାଗଡ଼ ଗାଁରେ ରକ୍ତ ରଞ୍ଜିତ ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ରୁମାଗଡ଼ ଗାଁର ବଡ଼ ସାହିର ନିବାସୀ ପାଳ ଓ ମାଧବ ମାଲ୍ଲିକ ଙ୍କ ମଧ୍ୟରେ ତାସ୍ ଖେଳକୁ ନେଇ ପ୍ରଥମେ କଳି ଆରମ୍ଭ ହୋଇଥିବା ବେଳେ ଖଣ୍ଡା ଓ ଠେଙ୍ଗା ଆକ୍ରମଣ ରେ ଉଭୟ ପରିବାରର ୮ ଜଣ ଆହତ ହୋଇଥିବା ଜଣାପଡିଛି । ଖଣ୍ଡା ଆକ୍ରମଣ ରେ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପ୍ରଥମେ ପୋଲସରା ଓ ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇ ଥିବା ଜଣାପଡିଛି । ଉକ୍ତ ଘଟଣା କୁ ନେଇ ପୋଲସରା ପୋଲିସ ରୁମାଗଡ଼ ଗାଁ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କିଛି ବ୍ୟକ୍ତିକୁ ଅଟକ ରଖି ପଚାରା ଉଚରା କରୁଥିବା ଜଣା ପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ