Masthead

ବାଉଁଶରେ ବାଉଁଶ ଯୋଡ଼ି ଗାଁକୁ ଆଣିଲେ ପାଣି

ବାଲିଗୁଡ଼ା/ରାଇକିଆ: ପିଇବା ପାଣିର ବ୍ୟବସ୍ଥା କରିବା ପାଇଁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ପ୍ରଶାସନ ଶୁଣିଲାନି । ସରକାର ପ୍ରତ୍ୟେକ ଗାଁକୁ ବିଶୁଦ୍ଧ ପିଇବା ପାଣିର ବ୍ୟବସ୍ଥା କରୁଥିବା ଡିଣ୍ଡିମ ପିଟୁଥିବାବେଳେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ବଢ଼ିମାହା ଗାଁରେ । ଏହି ଗାଁରେ ୨୫୦ରୁ ଅଧିକ ଲୋକ ବାସ କରୁଥିବାବେଳେ ସରକାରଙ୍କ ପକ୍ଷରୁ ପାଇପ୍ ଯୋଗେ ପାଣି ଯୋଗାଇଦେବା ତ ଦୂର କଥା ଆଜିପର୍ଯ୍ୟନ୍ତ ନଳକୂପଟିଏ ମଧ୍ୟ ବସାଯାଇ ନାହିଁ । ଏ ନେଇ ଗ୍ରାମବାସୀ ଦୀର୍ଘଦିନ ଧରି ବିଧାୟକଙ୍କଠାରୁ ଆରମ୍ଭ କରି ବ୍ଲକ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି । ଶେଷରେ ନିଜ ପାଇଁ ନିଜେ ଶ୍ରମଦାନ କରି ବାଉଁଶରେ ବାଉଁଶ ଯୋଡ଼ି ଗାଁ ପର୍ଯ୍ୟନ୍ତ ଝରଣା ପାଣି ପହଞ୍ଚାଇଛନ୍ତି ଗ୍ରାମବାସୀ । ବଢ଼ିମାହା ଗାଁକୁ ରାସ୍ତା ନ ଥିବାବେଳେ ଆହୁରି ଅନେକ ସମସ୍ୟା ରହିଛି । ତେବେ ଗ୍ରାମବାସୀଙ୍କ ସବୁଠାରୁ ବଡ଼ ସମସ୍ୟା ହେଉଛି ପିଇବା ପାଣି । ଗାଁରେ ନଳକୂପଟିଏ ନ ଥିବାବେଳେ ପାଖରେ ନଦୀ, ନାଳ କିମ୍ବା ଝରଣା ମଧ୍ୟ ନାହିଁ । ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ପିଇବା ପାଣି ଟୋପେ ପାଇଁ ଗାଁଠାରୁ ପ୍ରାୟ ଅଧକିଲୋମିଟର ଦୂର ମକଡ଼ମା ପାହାଡ଼ରୁ ବୋହି ଆସିଥିବା ଝରଣା ଉପରେ ନିର୍ଭର କରନ୍ତି । ବିଶେଷକରି ଖରାଦିନେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ପାଣି ସମସ୍ୟା ସମ୍ପର୍କରେ ଗ୍ରାମବାସୀ ସ୍ଥାନୀୟ ଲୋକପ୍ରତିନିଧି ଓ ବ୍ଲକ ପ୍ରଶାସନକୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । କିଛିଦିନ ପୂର୍ବେ ଗ୍ରାମବାସୀ ଏକ ବୈଠକ କରି ପାଣି ସମସ୍ୟା ଦୂର କରିବା ପାଇଁ ଆଲୋଚନା କରିଥିଲେ । ବୈଠକର ନିଷ୍ପତ୍ତି କ୍ରମେ ସମସ୍ତ ଗ୍ରାମବାସୀ ଶ୍ରମଦାନ କରି ବାଉଁଶରେ ବାଉଁଶ ଯୋଡ଼ି ଝରଣାରୁ ଗାଁ ପର୍ଯ୍ୟନ୍ତ ପାଣି ପହଞ୍ଚାଇଥିଲେ । ଏଥିପାଇଁ ସେମାନଙ୍କୁ ୧୦ ଦିନ ସମୟ ଲାଗିଥିଲା ଏବଂ ଏଥିରେ ଗାଁର ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଲାଗିପଡ଼ିଥିଲେ । ଆଜି ବାଉଁଶ ନଳ ଦ୍ୱାରା ଗାଁରେ ପାଣି ପହଞ୍ଚି ଯାଉଥିବାରୁ ସମସ୍ତେ ଖୁସି । ଯାହା ପ୍ରଶାସନ କରିପାରିଲା ନାହିଁ ତାହା ଗ୍ରାମବାସୀଙ୍କ ଶ୍ରମଦାନ ଯୋଗୁ ସମ୍ଭବ ହୋଇପାରିଥିବାରୁ ଗ୍ରାମବାସୀ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ନିଜ ଇଚ୍ଛାଶକ୍ତି ଓ ଉଦ୍ୟମ ବଳରେ ଅସାଧ୍ୟ କାମକୁ ସ୍ୱଳ୍ପ ବ୍ୟୟରେ କରି ଏହି ଗ୍ରାମବାସୀ ଅନ୍ୟମାନଙ୍କ ପାଇଁ ଉଦାହରଣ ମଧ୍ୟ ପାଲଟିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ