Masthead

ଫେସବୁକରେ ପ୍ରେମ, ତା’ପରେ…

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ଥାନା ଅନ୍ତର୍ଗତ ସହେବି ଗ୍ରାମର ସୀମା ସାହୁ ସୋସିଆଲ ମିଡ଼ିଆ ଫେସବୁକ ମାଧ୍ୟମରେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବଳିତା ଗ୍ରାମର ଲିପୁନ ମହାକୁଡ଼ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରସ୍ପର ଦୁହେଁ ଦୁହିଁଙ୍କୁ ମଙ୍ଗୁଳିର ଏକ ତାରିଣୀ ମନ୍ଦିରରେ ମଧ୍ୟ ବିବାହ କରିଥିଲେ । ସେଠି ୫ମାସ ଭଡ଼ା ଘରେ ରହିଲା ପରେ ଲିପୁନ ମହାକୁଡ଼ଙ୍କ ନିଜ ଘର ଛାମୁଣ୍ଡାରେ ୩ମାସ ଏବଂ ବଳିତା ସ୍ଥିତ ଲିପୁନ ମହାକୁଡ଼ଙ୍କ ଘରେ ରହି ଆସୁଥିଲେ ।

୨ସପ୍ତାହ ରହିଲା ପରେ ତାଙ୍କୁ ଅନେକ ନିର୍ୟାତନା ଏବଂ ମାଡ ମାରି ଘରୁ ବାହାର କରିଦେଇଥିବା କହିଛନ୍ତି । ତାଙ୍କ ମୋବାଇଲକୁ ମଧ୍ୟ ପାଣିରେ ଫିଙ୍ଗିଦେଇଥିବା କହିଛନ୍ତି । ଅନ୍ୟ କିଛି ଉପାୟ ନପାଇ ଆତ୍ମହତ୍ୟା କରିବାକୁ ଯାଇଥିବା ସୀମାଙ୍କୁ କିଛି ଲୋକ କାନ୍ଦୁଥିବା ଦେଖି ଉଦ୍ଧାର କରି ସବୁ କଥା ପଚାରି ବୁଝିଥିଲେ । ସେଠାରୁ ସୀମାଙ୍କୁ ଉଦ୍ଧାର କରି ଆଣିଥିଲେ । ସୀମା ଏ ସମ୍ପର୍କରେ ସୂଚନା ଦେବାପାଇଁ ଚାହିଁଥିଲେ ମଧ୍ୟ ପୋଲିସ ଲିପୁନ ମହାକୁଡ଼ଙ୍କଠୁ ଟଙ୍କା ଖାଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳି କରି ଥାନାରୁ ବାହାରି ଯିବାକୁ ଧମକ ଦେଇଥିଲେ ।

ପୋଲିସ ଟଙ୍କା ଖାଇ ଏହି ଘଟଣାକୁ ଚାପି ଦେବାକୁ ଚେଷ୍ଟା କରିଛନ୍ତି ବୋଲି ପୋଲିସ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ସୀମା । ଏହି ସମସ୍ୟାର କେମିତି ଶୀଘ୍ର ସମାଧାନ ହୋଇ ସୀମା ସାହୁଙ୍କୁ ଲିପୁନ ମହାକୁଡ଼ ଏବଂ ତାଙ୍କ ପରିବାର ଲୋକ ତାଙ୍କୁ ବୋହୁର ମର୍ୟ୍ୟାଦା ଦେବେ ଗୁହାରି କରିଛନ୍ତି ସୀମା ଏବଂ ବଳିତା ଗ୍ରାମ ବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ