Masthead

ନଭେମ୍ବର ୩ ରେ ଉପ ନିର୍ବାଚନ

ଘୋଷଣା ହେଲା ଉପନିର୍ବାଚନ ତାରିଖ ।ନଭେମ୍ଵର ୩ ତାରିଖରେ ମତଦାନ, ୧୦ ତାରିଖରେ ଭୋଟ ଗଣତି ହେଵ । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଆଜି ଉପ-ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଓଡ଼ିଶାର ୨ଟି ସମେତ ଦେଶରେ ୬୪ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଓଡିଶାର ବାଲେଶ୍ୱର ସଦର ଓ
ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲରେ ହେବ ଉପନିର୍ବାଚନ ହେଵ ।

ମଧ୍ୟପ୍ରଦେଶ ବିଧାନସଭା ପାଇଁ ୨୮ ଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ କଂଗ୍ରେସର ବିଦ୍ରୋହୀ ସଦସ୍ୟ ଦଳ କିମ୍ବା ବିଧାନସଭାରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେବା ପରେ ଖାଲି ପଡିଥିଲା। ଏହି ୨୮ଟି ଆସନରେ କେବଳ ଉପ-ନିର୍ବାଚନ ହିଁ କହିବ ଯେ ମଧ୍ୟପ୍ରଦେଶରେ ବିଜେପି କ୍ଷମତା ବଜାୟ ରଖିବ ନା କଂଗ୍ରେସ ପୁଣି ଶାସନକୁ ଫେରିବ। ଏହା ବ୍ୟତୀତ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପ୍ରତି ଲୋକଙ୍କର ଥିବା ଆସ୍ଥା ମଧ୍ୟ ଏହି ଉପ-ନିର୍ବାଚନ ଉପରେ ନିର୍ଭର କରେ ।
ପୂର୍ଵରୁ ସେପ୍ଟେମ୍ଵର ୨୫ ତାରିଖରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଵିହାର ଵିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଥିଲେ । ଵିହାରର ୨୫୩ଟି ଆସନ ନିମନ୍ତେ ୩ଟି ପର୍ଯ୍ୟାୟରେ ହେଵ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନରେ ହେବ ଭୋଟ୍ । ଦ୍ୱିତୀୟ ପର୍ଯ୍ୟାୟରେ ୯୪ଟି ଆସନରେ ଓ ତୃତୀୟ ପର୍ଯ୍ୟାୟରେ ୭୮ଟି ଆସନରେ ହେବ ଭୋଟ୍ । ବିହାରରେ ୭ କୋଟି ୭୯ ଲକ୍ଷ ଭୋଟର ଭୋଟ ମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ୩କୋଟି ୩୯ ଲକ୍ଷ ରହିଛି । କରୋନା ଭିତରେ ଦେଶରେ ପ୍ରଥମ ଥର ନିର୍ବାଚନ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା