Masthead

କିଛି ନେତାଙ୍କ ବିଧାନସଭାର ଶେଷ ଫଟୋ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରିଲା ଷୋଡଶ ବିଧାନସଭାର ଶେଷ ଅଧିବେଶନ । ଗତ ୫ରୁ ଆରମ୍ଭ ହୋଇଥିଲା ଏହି ଅଧିବେଶନ । ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ହୋଇଥିଲା କାମଚଳା ବଜେଟ ଆଗତ । ବିଧାନସଭାର ଶେଷ ଦିନରେ ଦେଖିବାକୁ ମିଳିଥିଲା କିଛି ରୋଚକ ଦୃଶ୍ୟ । ଗୋଟିଏ ଫ୍ରେମରେ ଏକାଠି ହୋଇଥିଲେ ଶାସକ ବିରୋଧୀ । କିଛି ବିଧାୟକ ହୋଇଥିଲେ ଭାବବିହ୍ୱଳ ।

ଆଖିରେ ଆସିଥିଲା ଲୁହ । ଶେଷରେ ହୋଇଥିଲା ଫଟୋ ସେସନ । କିଛି ଚେହେରା ଏଥିରେ ମିସ ଅଛି । ଯେମିତି କିଛି ବିରୋଧୀ ଦଳ ନେତା ଏଥିରେ ନାହାନ୍ତି । ମୁଖ୍ୟମନ୍ତ୍ରୀ ବସିଛନ୍ତି ବାଚସ୍ପତି ମଧ୍ୟ ବସିଛନ୍ତି । ଉପବାଚସ୍ପତି ମଧ୍ୟ ବସିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ଓ ମନ୍ତ୍ରୀମାନେ ବସିଛନ୍ତି । ଇଏ ହେଉଛି ବିଧାନସଭାର ଗଲା ପାଞ୍ଚ ବର୍ଷରେ ଯେଉଁମାନେ ପ୍ରତି ଅଧିବେଶନରେ ଆସୁଥିଲେ ଏଇ ଥର ସରିଲା । ଯଦି ଜିତିଲେ ଆର ଥର ପୁଣି ଆସିବେ ।

ଯଦି ନ ଜିତିବେ ସିଏ ଆଉ ଆସିବେନି । ଏମାନଙ୍କ ମଧ୍ୟରୁ କିଛି ନଲଢିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯେମିତି କି ନରସିଂହ ମିଶ୍ର ଆଉ ସୁର ରାଉତରାୟ । ନରସିଂହ ମିଶ୍ର କାନ୍ଦ କାନ୍ଦ ହୋଇଗଲେ । କହିଲେ ୧୯୯୦ରେ ପ୍ରଥମ ଥର ଆସିଥିଲି । ଏବେ ଆଉ ଆସିବିନି । ଗଲା ଦଶନ୍ଧି ଧରି ବିଧାନସଭା ଉପରେ ନରସିଂହଙ୍କ ବଡ଼ ପ୍ରଭାବ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା