Masthead

ପଶ୍ଚିମ ଓଡ଼ିଶାର ଅନ୍ୟ ଏକ ମହାନ୍ ପର୍ବ ପୁଅ ଜିଉଁତିଆ

ପୁଅର ଦୀର୍ଘଜୀବନ କାମନା କରି ମାଆ କଲା ପୂଜା

ବରଗଡ଼: ପଶ୍ଚିମ ଓଡ଼ିଶାର ଏକ ପ୍ରାଚୀନ ପର୍ବ ମଧ୍ୟରୁ ପୁଅ ଜିଉନ୍ତିଆ ଅନ୍ୟତମ । ସନ୍ତାନମାନଙ୍କର ମଙ୍ଗଳ କାମନା ଏବଂ ସନ୍ତାନ ପ୍ରାପ୍ତି ଆଶାରେ ବ୍ରତ ପାଳନ କରିଥାନ୍ତି ମହିଳାମାନେ । ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଏହି ବ୍ରତ ପଳନ କରାଯାଉ ଥିବାବେଳେ ଗୁରୁବାରଠାରୁ ଏହି ପୂଜା ଆରମ୍ଭ ହୋଇ ଆଜି ଶେଷ ହୋଇଛି । ମାଆମାନେ ସନ୍ତାନ ସନ୍ତତିମାନଙ୍କର ଦୀର୍ଘ ଜିବନ ସହ ଉଜ୍ୱଳ ଭବିଷ୍ୟତ କାମନା କରି ବ୍ରତ ଧାରଣ କରୁଥିବା ବେଳେ ନିଃସନ୍ତାନ ମହିଳାମାନେ ସନ୍ତାନ ସନ୍ତତି ଆଶାରେ ବ୍ରତ ଧାରଣ କରିଥାନ୍ତି । ତେବେ ଗୁରୁବାରଠାରୁ ସମଗ୍ର ପଶ୍ଚିମ ଓଡିଶା ସହ ବରଗଡର ପୁରପଲ୍ଲୀରେ ବ୍ରତଧାରୀ ମାଆମାନେ ବିଧି ଅନୁସାରେ ସକାଳୁ ନିର୍ଜଳ ଉପବାସ ରହିଥିଲେ । ସନ୍ଧ୍ୟାରେ ପୋଖରୀ କିମ୍ବା ନଦୀରେ ସ୍ନାନ ସାରି ବାଲିରେ ଅପାମାର୍ଗ କାଠି ଓ କାକୁଡି ଚକିରେ ପୂଜାର୍ଚ୍ଚନା କରିଥିଲେ । ପରେ ଘରକୁ ଫେରି ନବବସ୍ତ୍ର ପରିଧାନ କରି ରାତିରେ ଗାଁଦାଣ୍ଡରେ ସୂର୍ଯ୍ୟପୁତ୍ର ଦୂତିବାହନଙ୍କୁ ପୂଜାର୍ଚ୍ଚନା କରିଥିଲେ । ରାଜ ରାଜୁଡ଼ା ଅମଳରୁ ଏହି ବ୍ରତ ପାଳିତ ହୋଇଆସୁଛି । ବ୍ରତ ପାଇଁ ୧୦୮ଲେଖାଏଁ ଦୁବଘାସ, ଅକ୍ଷତ ଅରୁଆ ଚାଉଳ ଏକାଠି କରି ସରଗିପତ୍ରରେ ବ୍ରତଧାରୀମାନେ ଗୁନ୍ଥିଥାନ୍ତି । ଓଷାଦିନ ରାତିରେ ଗାଁଦାଣ୍ଡରେ ଏକ ବେଦୀ ତିଆରି କରି ଗାତଖୋଳି ଜିଅନ୍ତା ମାଛ ଛାଡିବା ସହ ପୂଜାର୍ଚ୍ଚନା କରିଥାନ୍ତି । ୨୧ ପ୍ରକାରର ଫଳସହ ଆଖୁଗଛରେ ଖିରଢାଳି ଏହି ପୂଜା ହେବାର ବିଧି ରହିଛି । ଖାଲି ପୁଅମାନଙ୍କ ପାଇଁ ନୁହେଁ, ଏବେ ଝିଅମାନଙ୍କୁ ମଧ୍ୟ ଦୁବ ଛୁଆାଁଇ, ବ୍ରତବାନ୍ଧି ସେମାନଙ୍କ ଦୀର୍ଘ ଜୀବନ କାମନା କରୁଛନ୍ତି ବ୍ରତଧାରୀ ମାଆମାନେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା 🔴 ପଇଡ଼ ପାଇଁ ଘରେ ପଶି ହାଣି ଦେଲେ 🔴 ବାଣ ଫୁଟି ୪ ଶିଶୁ ଆହତ 🔴 ୨୮ରେ ବଙ୍ଗୋପସାଗରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା 🔴 ପଇଡ଼ ପାଇଁ ଘରେ ପଶି ହାଣି ଦେଲେ 🔴 ବାଣ ଫୁଟି ୪ ଶିଶୁ ଆହତ 🔴 ୨୮ରେ ବଙ୍ଗୋପସାଗରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍