Masthead

ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ର ନୂତନ ଅଧକ୍ଷ ପରେସ ରାୱଲ |

  ଦିଲ୍ଲୀ  :ଜାତୀୟ ଚଳଚ୍ଚିତ୍ର ପୁରସ୍କାର  ପ୍ରାପ୍ତ ବଲିଉଡ ଅଭିନେତା ପରେଶ ରାୱଲ ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା (ଏନ୍‌ଏସ୍‌ଡି)ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ରାୱଲଙ୍କୁ ଏହି ନୂତନ ଦାୟିତ୍ୱ ଦେଇଛନ୍ତି ।  ପୃବରୁ ପଢିଛନ୍ତି ଏହି  ବିଦ୍ୟାଳୟ  ରେ ସେ |ଏନ୍‌ଏସ୍‌ଡି ପକ୍ଷରୁ କୁହାଯାଇଛି କି ଜାତୀୟ ପୁରସ୍କାର ବିଜେତା ତଥା ପଦ୍ମଶ୍ରୀ ପରେଶ ରାୱଲଙ୍କ ମାର୍ଗଦର୍ଶନ ଏନ୍‌ଏସ୍‌ଡିକୁ ନୂଆ ଶୀଖରରେ ପହଞ୍ଚାଇବାରେ ସହାୟକ ହେବ ବୋଲି ଏନ୍‌ଏସ୍‌ଡି ପକ୍ଷରୁ ଟୁଇଟ୍‌ ଯୋଗେ ଏହି ସୂଚନା ଦିଆଯାଇଛି । ସେହିଭଳି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଟୁଇଟ ଯୋଗେ ଶ୍ରୀ ରାୱଲଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ନୂଆ ନିଯୁକ୍ତି ନେଇ ନିଜ ପ୍ରତିକ୍ରିୟାରେ ଶ୍ରୀ ରାୱଲ କହିଛନ୍ତି ତାଙ୍କ ଦାୟିତ୍ୱ ଚାଲେଞ୍ଜପୂର୍ଣ୍ଣ ରହିବ, କିନ୍ତୁ ମଜାଦାର ହେବ । ସେ ଏନ୍‌ଏସ୍‌ଡିକୁ ଭଲ ଭାବେ ଜାଣିଛନ୍ତି ଏବଂ ତାଙ୍କର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ| ୧୯୯୪ରେ  ସହ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର  । ୬୫ ବର୍ଷୀୟ ଶ୍ରୀ ରାୱଲ ଦୀର୍ଘ ୩ ଦଶନ୍ଧୀରୁ ଅଧିକ ସମୟ ହେଲା ବଲିଉଡ୍‌ ଜଗତ ସହ ଜଡିତ ଅଛନ୍ତି । । ୨୦୧୪ରେ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ କରିଥିଲେ ।ସୂଚନାଯୋଗ୍ୟ ଯେ ୨୦୧୭ରୁ ଏନ୍‌ଏସ୍‌ଡି ଅଧ୍ୟକ୍ଷ ପଦ ଖାଲି ପଡିଛି । ଡକ୍ଟର ଅର୍ଜୁନ ଦେଓ ଚରଣ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ