Masthead

ପାଦରେ ଚାଲି ଚାଲି ନିମାପଡ଼ା ରୁ ନବୀନ ନିବାସ ଅଭିମୁଖେ ଯାତ୍ରା କୁ ରୋକିଲା ପୋଲିସ । I

ପିପିଲି : ସରପଞ୍ଚଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ନବୀନ ନିବାସ ଅଭିମୁଖେ ଦିବ୍ୟାଙ୍ଗ। ସାଙ୍ଗରେ ପୁରା ପରିବାର। 25 କିଲୋମିଟର ବାଟ ଚାଲି ଚାଲି ଯିବା ପରେ ପୁଲିସ ସେମାନଙ୍କୁ ବୁଝାଇ ସୁଝାଇ ଫେରାଇ ଆଣିଛି।
ନ୍ୟାୟ ପାଇଁ ନିମାପଡାରୁ ନବୀନ ନିବାସ। ରାଜରାସ୍ତାରେ ଚାଲି ଚାଲି ଆଗକୁ ବଢୁଛନ୍ତି ଜଣେ ଦିବ୍ୟାଙ୍ଗଙ୍କ ସହ ପୁରା ପରିବାର। ପୁରୀ ଭୁବନେଶ୍ବର ଜାତୀୟ ରାଜପଥରେ ଏ ଦୃଶ୍ୟ ଯେ କେହି ସାଧାରଣ ଲୋକକୁ ବିଚଳିତ କରିଦେଇ ପାରେ। ହାତରେ ପ୍ଲାକାର୍ଡ ଧରି, ସରପଞ୍ଚ ଓ ପୁଲିସ ବିରୋଧରେ ନାରା ଲଗାଇ ରାସ୍ତାରେ ଆଗକୁ ବଢୁଥିବା ଏ ବ୍ୟକ୍ତି ହେଉଛନ୍ତି ପୁରୀ ଜିଲ୍ଲା ନିମାପଡା ଥାନା ବିଜିପୁରର ରମେଶ ଭୋଇ । ସାଙ୍ଗରେ ପତ୍ନୀ ଓ ଝିଅଙ୍କୁ ନେଇ ନ୍ୟାୟ ମାଗିବାକୁ ଚାଲି ଚାଲି ଏମାନେ ଯାଉଛନ୍ତି ନବୀନ ନିବାସ। ରମେଶଙ୍କ ଅଭିଯୋଗ, ଭୂମିହୀନ ହୋଇଥିବାରୁ ଯେଉଁ ସରକାରୀ ଜମିରେ ସେ ରହୁଥିଲେ ତାହାକୁ ନିଜ ଅକ୍ତିଆରକୁ ନେବାକୁ ଚକ୍ରାନ୍ତ କରୁଛନ୍ତି ସରପଞ୍ଚ।ଏମିତିକି ବିନା ନୋଟିସ ରେ ସରପଞ୍ଚ ବାବୁ ଘର ଭାଙ୍ଗିବାକୁ ଜେସିବି ସହିତ ଦେଢସହ ସମର୍ଥକ ଙ୍କୁ ଧରି ପହଂଚି ଥିଲେ । ଘର ମଧ୍ୟ ଭାଙ୍ଗି ଦେବାକୁ ଉଦ୍ୟମ କରୁଛନ୍ତି ସରପଞ୍ଚ ବାବୁ। ଏହାକୁ ବିରୋଧ କରି ଆକ୍ରୋଶର ଶୀକାର ହୋଇଥିବା ରମେଶ ଥାନାରେ ଅଭିଯୋଗ କରିଥିଲେ ବି କିଛି ସୁଫଳ ହୋଇନି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବାକୁ ଚାହିଁଛନ୍ତି ସେ।
ତେବେ ଚାଲି ଚାଲି ଯାଉଥିବା ଏହି ପରିବାରକୁ ବୁଝେଇ ସୁଝେଇ ଥାନାକୁ ଆଣିଥିଲେ ପିପିଲି ଓ ନିମାପଡା ପୁଲିସ। ଏହାସହ ସରପଞ୍ଚଙ୍କ ବିରୋଧରେ ମାମଲା ରୁଜୁ ପାଇଁ ପୁଲିସ ଦେଇଛି ପ୍ରତିଶ୍ରୁତି। ପୁଲିସ ଠାରୁ ପ୍ରତିଶ୍ରୁତି ପାଇ ଘରକୁ ଫେରିଛନ୍ତି ରମେଶ ଓ ପରିବାର ଲୋକେ କିନ୍ତୁ ପ୍ରତିଶ୍ରୁତି ପୁରଣ ନହେଲେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ପରିବାର ଲୋକେ।ତେବେ ଏହି ପରିବାରକୁ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ଜାତୀୟ ଦଳିତ ସଂଖ୍ୟାଲଘୁ ସହ ରାଜ ରାସ୍ତା କୁ ଓଲାଇବା ନେଇ କହିଛନ୍ତି ରାଜ୍ୟ ସମ୍ପାଦକ ବିଜୟ ସେଠି ।
ଭୂମିହୀନଙ୍କୁ ଜମି ଯୋଗାଇ ଦେବାକୁ ସରକାର କେତେ କଣ ଯୋଜନା କରୁଛନ୍ତି। କିନ୍ତୁ ତଳସ୍ତରରେ ତାହା କେମିତି ଚାଲୁଛି ଏଇ ଘଟଣା ତାହାକୁ ଜଣାଇ ଦେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା 🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା