Masthead

କୋଣାର୍କକୁ ଗଡ଼ିବ ମୋ ବସ୍

ଭୁବନେଶ୍ୱର: ବିଶ୍ୱ ପର୍ୟ୍ୟଟନ ଦିବସରେ ପୁରୀ ଏବଂ କୋଣାର୍କକୁ ଗଡ଼ିବ ମୋ ବସ୍। କ୍ରୁଟ୍ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୨୭ରେ ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ବସ୍ ଚଳାଚଳ ପାଇଁ ବହୁ ଦିନରୁ ସ୍ଥାନୀୟ ବାସିନ୍ଦା ଦାବିକରି ଆସୁଥିଲେ। ତେବେ ଏହାକୁ ବିଚାରକୁ ନେଇ ବିଶ୍ୱ ପର୍ୟ୍ୟଟନ ଦିବସରେ ମୋ ବସ୍ ସେବା ଆରମ୍ଭ କରିବାକୁ କ୍ରୁଟ୍ ନିଷ୍ପତ୍ତି ନେଇଛି। ରୁଟ୍ ନମ୍ବର- ୫୦ ଏବଂ ୭୦ରେ ମୋ ବସ୍ ଚଳାଚଳ କରିବ। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ବସଷ୍ଟାଣ୍ଡରୁ ମୋ ବସ୍ ବାହାରି ପୁରୀ ଯିବ। ସେହିପରି ରାଜଧାନୀ ସହିତ କୋଣାର୍କକୁ ସଂଯୋଗ କରୁଥିବା ରୁଟ୍ ନଂ-୭୦ରେ ବସ୍ ଚଳାଚଳ କରିବ।

ପୁରୀ ଓ କୋଣାର୍କ ପର୍ୟ୍ୟଟନ କ୍ଷେତ୍ରକୁ ଦେଶ ବିଦେଶରୁ ପର୍ୟ୍ୟଟକ ତଥା ରାଜଧାନୀରୁ ପ୍ରତିଦିନ ଯାତାୟାତ କରୁଥିବା ଲୋେକ ଏହାଦ୍ୱାରା ଉପକୃତ ହେବେ। ରବିବାର ଗୋଟିଏ ଲେଖାଏଁ ବସ୍ ଉଭୟ ରୁଟ୍ରେ ଚଳାଚଳ କରିବ। ସାଧାରଣ ବସ ସେବା ସୋମବାରଠାରୁ ଆରମ୍ଭ ହେବ। ୨ଟି ଲେଖାଏଁ ବସ୍ ପ୍ରତ୍ୟେକ ରୁଟରେ ଚାଲିବ ବୋଲି କ୍ରୁଟ୍ ପରିଚାଳନା ନିର୍ଦେଶକ ଅରୁଣ ବୋଥ୍ରା କହିଛନ୍ତି।

ରୁଟ୍ ନମ୍ବର-୫୦ରେ ସକାଳ ସାଢ଼େ ୬ଟା, ୭.୨୦ମିନିଟ୍, ଅପରାହ୍ଣ ୫.୫୦ମିନିଟ୍ ଏବଂ ସନ୍ଧ୍ୟା ୬.୫୦ମିନିଟରେ ମାଷ୍ଟରକ୍ୟାଣ୍ଟିନରୁ ବସ୍ ବାହାରି ପୁରୀ ଅଭିମୁଖେ ଯାତ୍ରା କରିବ। ପୁରୀରୁ ସକାଳ ୮.୨୦ ମିନିଟ୍, ୯.୧୦ ମିନିଟ୍, ରାତି ୭ଟା ଏବଂ ୯ଟାରେ ବସ୍ ବାହାରି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଆସିବ। ରୁଟ୍ ନମ୍ବର-୭୦ରେ ସକାଳ ୬.୪୦ମିନିଟ୍, ୭.୪୦ମିନିଟ୍, ଅପରାହ୍ଣ ୫.୪୦ମିନିଟ୍ ଏବଂ ସନ୍ଧ୍ୟା ୬.୪୦ ମିନିଟରେ ବସ୍ ମାଷ୍ଟରକ୍ୟାଣ୍ଟିନରୁ ବାହାରି କୋଣାର୍କ ଅଭିମୁଖେ ଯିବ। ସେହିଭଳି ସକାଳ ୮.୩୦ ମିନିଟ୍, ୯.୩୦ ମିନିଟ୍, ରାତି ୭.୪୦ ମିନିଟ୍ ଏବଂ ୮.୪୦ ମିନିଟରେ ମୋ ବସ୍ କୋଣାର୍କରୁ ବାହାରି ମାଷ୍ଟରକ୍ୟାଣ୍ଟିନ୍କୁ ଆସିବ। ରୁଟ୍ ନମ୍ବର-୫୦ ପାଇଁ ସର୍ବାଧିକ ୭୦ଟଙ୍କା ଏବଂ ରୁଟ୍ ନମ୍ବର-୭୦ପାଇଁ ୬୦ ଟଙ୍କା ଯାତ୍ରୀଭଡ଼ା ଧାର୍ୟ୍ୟ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ