Masthead

ବେଙ୍ଗାଲୋର ମାରିନେଲା ବାଜି

ଦୁବାଇ : ସୋମବାର ଆଇପିଏଲରେ ଆରସିବି ଓ ଏସଆରଏଚ୍ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ବେଙ୍ଗାଲୋର ବାଜି ମାରି ନେଇଛି । ଆଉ କ୍ରିକେଟର ଯୁଗଭେନ୍ଦ୍ର ଚହଲ ୪ ଓଭରରେ ୧୮ ରନ ବଦଳରେ ତିନିଟି ୱିକେଟ୍ ନେଇଥିଲେ । ତାଙ୍କୁ ଆଜିର ମ୍ୟାଚରେ ମ୍ୟାନ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି ।

ଆଜି ପ୍ରଥମେ ଟସ୍ ଜିତି ହାଇଦ୍ରାବାଦ ବୋଲିଂ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ପାଦିକିଲ, ଡିଭିଲିଅର୍ସ ଧୁଆଁଧାର ବ୍ୟାଟିଂ କରିଥିଲେ । ପାଦିକିଲ ୫୬ ରନ କରିଥିବା ବେଳେ ଡିଭିଲିଅର୍ସ ଦୁଇଟି ଛକା ସହ ୫୧ ରନ କରିଥିଲେ । ଏଥିସହ ହାଇଦ୍ରାବାଦକୁ ଦଳ ୧୬୪ରନର ବିଜୟ ଲକ୍ଷ୍ୟ ଦେଇଥିଲା ।

ହାଇଦ୍ରାବାଦ ଟିମ୍ ପକ୍ଷରୁ ବେୟାର ଷ୍ଟ୍ରୋ ୬୧ ରନ କରିପାରିଥିଲେ । ଚହଲ ଗୋଟିଏ ଓଭରରେ ଦୁଇଟି ୱିକେଟ୍ ନେବା ପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ୯ ଟି ୱିକେଟ୍ ହରାଇ କରିପାରିଥିଲା ମାତ୍ର ୧୫୪ ରନ କରିଥିଲା । ଆଉ ୧୦ ରନରେ ବିଜୟ ହାସଲ କରିନେଇଥିଲା ଆରସିବି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ