ଅନୁଭବଙ୍କ ନୂଆ ପୋଷ୍ଟ, ମିଷ୍ଟର ରେକଡିଂ କହି ପୁଣି କଲେ ଟାର୍ଗେଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଲିଉଡରେ ଓଡ଼ିଆ ଫିଲ୍ମକୁ ନେଇ ଯେଉଁ ବିବାଦ ଚାଲିଛି ସେ ପ୍ରସଙ୍ଗରେ ଓଲିଉଡ ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ପୁଣି ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ମୁଁ ଖୁବ୍ ଦୁଃଖିତ ଯେଉଁ ଢ଼ଙ୍ଗରେ ଭଲ ଓଡ଼ିଆ ଫିଲ୍ମ ପ୍ରଥା, ମାଇ ସୁଇଟ ୱାଇଫ, ରାୱଡି ରାଜା, ମିଶ୍ରି, ଇନସ୍ପେକ୍ଟର ସାନା ଓ ଅନ୍ୟାନ୍ୟ ଫିଲ୍ମଗୁଡିକ ମଧ୍ୟ ଯେଉଁ ଭଲପାଇବା କଥା ସେଥିରୁ ବଂଚିତ ହେଉଛନ୍ତି । ଆମେ ଭୁଲିବା କଥା ନୁହେଁ ଯେ ଓଡ଼ିଆ ଚଳଚ୍ଚିତ୍ର ପରିବାର ହେଉଛି ଅତୁଳନୀୟ ପ୍ରେମ, କଠିନ ପରିଶ୍ରମ ଓ ତ୍ୟାଗ ପାଇଁ ଅଗକୁ ଯାଇଛି । ୧୯୩୬ ପରଠାରୁ ଓଡ଼ିଆ ଫିଲ୍ମରେ ଅନେକ କିମ୍ବଦନ୍ତୀ ଓ କୋଟି କୋଟି ଓଡ଼ିଆ ସିନେପ୍ରେମୀଙ୍କ ଆର୍ଶୀବାଦ ରହିଛି । ବର୍ତ୍ତମାନ ଆମ ପରିବାରର ଅପମାନିତ ହେବା ଦେଖିବା ପରେ ଏହି ଯନ୍ତ୍ରଣା ଦୁଇଗୁଣିତ ହୋଇଯାଇଛି । ମୁଁ ଦୁଃଖିତ ଯେ ସେମାନେ ସମସ୍ତେ ଆମୋଦ ପ୍ରମୋଦ କରିବା ପାଇଁ ଓ ନିଜ ପରିବାର ପୋଶିବା ପାଇଁ ଦିନସାରା କେତେ ପରିଶ୍ରମ କରୁଛନ୍ତି ।

ମିଷ୍ଟର ରେକର୍ଡିଂ ଯିଏ ଅତ୍ୟଧିକ ଆତ୍ମବିଶ୍ୱାସରେ କହୁଛି ଯେ ସେ କେବଳ ଓଡିଆ ଫିଲ୍ମକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରକୁ ନେଉଛନ୍ତି । ସେ ବହୁତ ଜଲଦି ଅନୁଭବ କରିବେ ଯେ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ କେତେ କାମ କରିଛନ୍ତି । ଓଡ଼ିଶା ଆମ ମାଆ । ସେ ନିଜ ପିଲାମାନଙ୍କ ମଧ୍ୟରେ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ କିମ୍ବା କେନ୍ଦ୍ରୀୟ ଅଂଶ କୌଣସି ଭେଦଭାବ କରିନାହିଁ । ତେଣୁ ଆମେ କାହିଁକି ଓଡ଼ିଶାକୁ ଖଣ୍ଡ ଖଣ୍ଡ କରିବା କଥା କହିବା । ଆମେ ତୁରନ୍ତ ଏହି ମନୁଷ୍ୟ ଘୃଣାକୁ ସମ୍ପୂର୍ଣ ବନ୍ଦ କରି ପ୍ରେମର ବାର୍ତ୍ତା ପ୍ରଚାର କରିବା ଦରକାର । ଆମେ ସମସ୍ତେ ଏକ ପରିବାର ହୋଇ ରହିବା । ମୁଁ ଓଡ଼ିଶାର ପ୍ରତ୍ୟେକ ଯୁବକଙ୍କୁ ଅନୁରୋଧ କରୁଛି ଯେ ଆଗକୁ ଆସି ଆମର ଏକତା ପାଇଁ ଛିଡ଼ା ହୁଅନ୍ତୁ । ଆମକୁ ବିଭାଜନ କରିବା ଚେଷ୍ଟା କରୁଥିବା ରେକଡିଂଙ୍କୁ ଏହା ଲାଗିବା ଦରକାର ଯେ ଓଡ଼ିଶା ଏକ ହୋଇ ଛିଡ଼ା ହୋଇଛି । ଏବଂ ଏକତାରେ ଶକ୍ତି ଏଭଳି ଖରାପ ମନୋଭାବ ରଖୁଥିବା ଲୋକଙ୍କୁ ଖେଳକୁ ଦୂର କରିପାରିବ ।ଖବରର ପୂରା ଭିଡିଓ ଦେଖିବା ପାଇଁ ତଳେ କ୍ଲିକ କରନ୍ତୁ…

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ