Masthead

ଚେନ୍ନାଇ ଲାଗି ଅଶୁଭ ସିଜିନ୍, ପରାଜୟ ପରେ ବଡ଼ ଝଟକା

ଦୁବାଇ, (ବଡ଼ ଖବର ବ୍ୟୁରୋ): ଆଇପିଏଲର ତ୍ରୟୋଦଶ ସିଜିନ୍ ଚେନ୍ନାଇ ପାଇଁ ଅଶୁଭ ପାଲଟଛି । ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି ଚେନ୍ନାଇକୁ । ଆଇପିଏଲ ପ୍ରାରମ୍ଭରୁ ଚେନ୍ନାଇର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ମିଷ୍ଟର ଆଇପିଏଲ କୁହାଯାଉଥିବା ସୁରେଶ ରାଇନା ପାରିବାରିକ କାରଣରୁ ଭାରତକୁ ଫେରି ଆସିଥିଲେ । ଚଳିତ ସିଜିନରେ କୌଣସି ମ୍ୟାଚ ରାଇନା ଖେଳିବେ ନାହିଁ ବୋଲି ଚେନ୍ନାଇ ପକ୍ଷରୁ କୁହାଯାଇଥିଲା । ଗତ ମ୍ୟାଚରେ ଚେନ୍ନାଇକୁ ଆଉ ଏକ ବଡ଼ ଝଟକା ଲାଗିଛି । ଅଲରାଉଣ୍ଡର ତଥା ଡେଥ୍ ଓଭର ସ୍ପୋସିଲିଷ୍ଟ ଡ୍ୱେନ ବ୍ରାଭୋଙ୍କୁ ଗଭୀର ଆଘାତ ଲାଗିଛି । ଆଘାତ କାରଣରୁ ସେ ଗତ ମ୍ୟାଚରେ ଶେଷ ଓଭର ବୋଲିଂ କରିବାକୁ ମଧ୍ୟ ଆସିନଥିଲେ । ଫଳରେ ଜାଡେଜା ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ ଏବଂ ଅକ୍ସର ପଟେଲ ତାଙ୍କୁ ତିନୋଟି ଛକା ମାରି ଚେନ୍ନାଇ ହାତରୁ ବିଜୟ ଛଡ଼ାଇ ଆଣିଥିଲେ ।
ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଚେନ୍ନାଇର ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେମିଂ କହିଛନ୍ତି ଯେ ବ୍ରାଭୋଙ୍କ ଡାହାଣ ଗୋଡରେ ଗଭୀର ଆଘାତ ଲାଗିଛି, ଏହା ଏତେ ଭୟଙ୍କର ଯେ ସେ ପୁନର୍ବାର ବୋଲିଂ ପାଇଁ ମଧ୍ୟ ପଡ଼ିଆକୁ ଫେରିବାକୁ ଅସମର୍ଥ ହୋଇଥିଲେ । ବ୍ରାଭୋଙ୍କ ଆଘାତ ଯୋଗୁଁ ଜାଡେଜାଙ୍କୁ ଶେଷ ଓଭର ବୋଲିଂ କରିବାକୁ ପଡ଼ିଥିଲା । ଆଘାତ କାରଣରୁ ବ୍ରାଭୋ କିଛି ଦିନ ତଥା କିଛି ସପ୍ତାହ ଆଇପିଏଲରୁ ବାଦ ପଡ଼ି ପାରନ୍ତି ବୋଲି ଫ୍ଲେମିଂ କହିଛନ୍ତି। ସୂଚନାଥାଉ କି ଆଇପିଏଲ ଆରମ୍ଭରୁ ମଧ୍ୟ ବ୍ରାଭୋ ଆହତ କାରଣରୁ କିଛି ମ୍ୟାଚ ପାଇଁ ଦଳରୁ ବାଦ ପଡ଼ିଥିଲେ। ଚଳିତ ସିଜିନରେ ଚେନ୍ନାଇ ୯ଟି ମ୍ୟାଚରୁ ତିନୋଟି ବିଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହଛି । ଏବେ କିଛି ମ୍ୟାଚରେ ବ୍ରାଭୋଙ୍କ ଅନୁପସ୍ଥିତି ଦଳ ପାଇଁ ବହୁତ ବଡ଼ କ୍ଷତି ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା