Masthead

ରାଜ୍ୟରେ ବଢିବାରେ ଲାଗିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଡେଙ୍ଗୁ ମାଡ଼ି ମାଡ଼ି ଚାଲିଛି। ଗତକାଲି ସୁଦ୍ଧା ୨୩,୧୪୫ ନମୁନା ପରୀକ୍ଷା ହୋଇଥିବାବେଳେ ୧୧୭୭ ଜଣ ଏପର୍ୟ୍ୟନ୍ତ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସମାନ ସମୟରେ ଗତବର୍ଷ ୧୪,୬୭୦ ପରୀକ୍ଷା ହୋଇଥିବାବେଳେ ୧୦୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅର୍ଥାତ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଉଭୟ ପରୀକ୍ଷଣ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ରାଜ୍ୟରେ ମୋଟ ଡେଙ୍ଗୁ ରୋଗୀଙ୍କ ମଧ୍ୟରେ ସର୍ବାଧିକ ୬୦ ପ୍ରତିଶତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବେ ତିନିଟି ଦଳ କରାଯାଇଛି। ଯେଉଁମାନେ କି ଘରକୁ ଘର ଯାଇ ସଚେତନତା କରି ଏ ଦିଗରେ ଅଧିକ ପଦକ୍ଷେପ ଗ୍ରହଣ କରି ବିବରଣୀ ଦେଉଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୨୦୨୨ ତୁଳନାରେ ଚଳିତ ବର୍ଷ ଡେଙ୍ଗୁ ସ୍ଥିତି ଉଦବେଗଜନକ ରହିଛି। ପରୀକ୍ଷଣ ବୃଦ୍ଧି ହୋଇଥିବାବେଳେ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି। ଏହାକୁ ଗୁରୁତର ସହିତ ନେଇଛି ସ୍ବାସ୍ଥ୍ୟ ବିଭାଗ। କିଭଳି ସଂଖ୍ୟାରେ ଆହୁରି ବୃଦ୍ଧି ନ ହେବ ସେଥିପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି। ବିଶେଷ କରି ମଶା ଉତ୍ସ ନଷ୍ଟ କରିବାକୁ ପ୍ରାଥମିକତା ଦିଆଯାଇଛି। ମଶା ଉତ୍ସ ନଷ୍ଟ ହେଲେ ଡେଙ୍ଗୁ ବୃଦ୍ଧି ଉପରେ ରୋଗ ଲାଗିପାରିବ। ଗୋଷ୍ଠୀ ସହିତ ପରିବେଶ ଏବଂ ଶିଳ୍ପାଞ୍ଚଳକୁ ସ୍ବତନ୍ତ୍ରଭାବେ ନଜରରେ ରଖାଯାଇଛି। ଏହାସହିତ ରାଜ୍ୟର ୪୧ କେନ୍ଦ୍ରରେ ଡେଙ୍ଗୁ ପରୀକ୍ଷଣ କରାଯାଉଛି। ସାମାନ୍ୟ ଲକ୍ଷଣ ଦେଖାଦେବା ମାତ୍ରେ ଡେଙ୍ଗୁ ପରୀକ୍ଷା କରାଇନେବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପଦ୍ମ ଧରିଲେ ଦେବାଶିଷ ସାମନ୍ତରାୟ 🔴 ପାଇଖାନା ଟାଙ୍କିରେ ପଶି ୬ ଜଣଙ୍କ ମୃତ୍ୟୁ 🔴 ଆକ୍ସନ୍‌ ମୋଡ୍‌ରେ ବ୍ରହ୍ମପୁର ପୁଲିସ, ୨୪ ଘଣ୍ଟାରେ ତିନୋଟି ଏନକାଉଣ୍ଟର 🔴 ଇରାନ୍ ଉପରେ ଆମେରିକାର ବଡ଼ ହମ୍‌ଲା 🔴 ବଢ଼ିଲା CNG ଦର 🔴 ହିଟୱେଭ୍ ନେଇ ଜାରି ହେଲା ରେଡ୍ ୱାର୍ଣ୍ଣିଂ 🔴 ବିଜେଡି ଛାଡ଼ିବେ ଦେବାଶିଷ ସାମନ୍ତରାୟ! 🔴 ସ୍ୱଧର୍ମକୁ ଫେରିବା ପାଇଁ ପୁନର୍ଜନ୍ମ 🔴 ପାକିସ୍ତାନ କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ, ୨୩ ମୃତ 🔴 ହ୍ବାଇଟ ହାଉସ ବାହାରେ ୨୫ ରାଉଣ୍ଡ ଫାୟରିଂ 🔴 ପଦ୍ମ ଧରିଲେ ଦେବାଶିଷ ସାମନ୍ତରାୟ 🔴 ପାଇଖାନା ଟାଙ୍କିରେ ପଶି ୬ ଜଣଙ୍କ ମୃତ୍ୟୁ 🔴 ଆକ୍ସନ୍‌ ମୋଡ୍‌ରେ ବ୍ରହ୍ମପୁର ପୁଲିସ, ୨୪ ଘଣ୍ଟାରେ ତିନୋଟି ଏନକାଉଣ୍ଟର 🔴 ଇରାନ୍ ଉପରେ ଆମେରିକାର ବଡ଼ ହମ୍‌ଲା 🔴 ବଢ଼ିଲା CNG ଦର 🔴 ହିଟୱେଭ୍ ନେଇ ଜାରି ହେଲା ରେଡ୍ ୱାର୍ଣ୍ଣିଂ 🔴 ବିଜେଡି ଛାଡ଼ିବେ ଦେବାଶିଷ ସାମନ୍ତରାୟ! 🔴 ସ୍ୱଧର୍ମକୁ ଫେରିବା ପାଇଁ ପୁନର୍ଜନ୍ମ 🔴 ପାକିସ୍ତାନ କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ, ୨୩ ମୃତ 🔴 ହ୍ବାଇଟ ହାଉସ ବାହାରେ ୨୫ ରାଉଣ୍ଡ ଫାୟରିଂ