ସ୍ୱଧର୍ମକୁ ଫେରିବା ପାଇଁ ପୁନର୍ଜନ୍ମ

ଉଦଳା (ବଡ଼ ଖବର ବ୍ୟୁରୋ): ବିଲ ଭିତର ଗାତରେ ପଶିଲେ । କୁଆଁ କୁଆଁ କାନ୍ଦି ଗାତରୁ ବାହାରି ନୂଆ ଜନ୍ମ ନେଲେ। ନୂଆ ଜନ୍ମ ନେବା ପରେ ଫେରିଲେ ନିଜ ଧର୍ମକୁ। ସାନ୍ତାଳୀ ସମ୍ପ୍ରଦାୟରେ ଧର୍ମକୁ ଫେରିବା ପାଇଁ ଦେଖିବାକୁ ମିଳିଛି ଏଭଳି ଭିନ୍ନ ପରମ୍ପରା। ଧର୍ମ ପରିବର୍ତ୍ତନ କରିଥିବା ପରିବାର ଏବେ ଧର୍ମକୁ ଫେରିବା ପରେ ଏମିତି ହୋଇଛି ତାଙ୍କର ପୁନଜନ୍ମ। ଖୁଣ୍ଟା ବ୍ଲକ ଡୁଙ୍ଗୁରୁଡ଼ିହି ଗ୍ରାମର ଲେମ୍ବୁ ହାଁସଦାଙ୍କ ପରିବାର ୫ ବର୍ଷ ପୂର୍ବରୁ ଅନ୍ୟ ଧର୍ମକୁ ଯାଇଥିଲେ। ଘରୋଇ ସମସ୍ୟା, ରୋଗବ୍ୟାଧି ଆଦି ଦୂର ହେବାର ସ୍ବପ୍ନ ଦେଖାଇ ଅନ୍ୟ ଧର୍ମର ଲୋକେ ଲେମ୍ବୁ ଙ୍କୁ ଧର୍ମ ପରିବର୍ତ୍ତନ କରାଇଥିଲେ।

ହେଲେ ତାହା ମିଛ ବୋଲି ଜାଣିବା ପରେ ପୂରା ପରିବାର ଏବେ ନିଜ ସାରନ୍ନା ଧର୍ମକୁ ଫେରିଛନ୍ତି। ଯେଉଁଥିପାଇଁ ତାଙ୍କୁ ନେବାକୁ ପଡିଛି ନୂଆ ଜନ୍ମ। ସାନ୍ତାଳୀ ସମ୍ପ୍ରଦାୟ ପରମ୍ପରା ଅନୁସାରେ ଧର୍ମକୁ ଫେରିବା ପାଇଁ ତାଙ୍କୁ ଆଉ ଥରେ ଜନ୍ମ ନେବାକୁ ପଡିଛି। ଵିଲ ହିଡ଼ ଭିତରେ ପଶିବା ସହିତ ସେଠାରୁ କାନ୍ଦି କାନ୍ଦି କୁଆଁ କୁଆଁ ଶବ୍ଦ କରି ବାହାରିଲେ ସପରିବାର। ତା ପରେ ସେମାନଙ୍କ ନାଭି କଟା ଯାଇ ତାଙ୍କୁ ଘରକୁ ନିଆଯାଇଥିଲା।

ସେଠାରେ ଘର ଚାଳ କୁ ଗ୍ରାମବାସୀ ବାଡେଇବା ପରେ ପୂରା ପରିବାର ଘର ଭିତରେ ପଶିଥିଲେ ଆଉ ତା ପରେ ଘରେ ନାଭିକୁ ପୋତି ଦିଆଯାଇଥିଲା। ଯାହା ପରେ ପୂରା ପରିବାରର ଏକୋଇଶିଆ ହୋଇଥିଲା ଏବଂ ସମସ୍ତଙ୍କୁ ପବିତ୍ର ଲେପ ଛିଟା ଯାଇ ଧର୍ମକୁ ଫେରାଇ ଅଣାଯାଇଥିଲା। ଏହା ପରେ ଧର୍ମକୁ ଫେରିଥିବା ଲେମ୍ବୁଙ୍କ ପରିବାର ପକ୍ଷରୁ ଭୋଜି ଭାତର ଆୟୋଜନ କରାଯିବା ସହିତ ୩ ଗୋଟି ହାଣ୍ଡିଆ ହାଣ୍ଡି ଦିଆଯାଇଥିଲା। ଯାହା ପରେ ସେ ନିଜ ସାନ୍ତାଳୀ ସମ୍ପ୍ରଦାୟ ଵା ସାରନ୍ନା ଧର୍ମକୁ ଫେରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!