Masthead

ହିଟୱେଭ୍ ନେଇ ଜାରି ହେଲା ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅଣାୟତ୍ତ ହେଲାଣି ତାତି । ନିଆଁ ବର୍ଷୁଛି ।  ଓଡ଼ିଶା ଉପରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର କରାଳ ରୂପ ଦେଖିବାକୁ ମିଳିଛି । ଆଗାମୀ ୪ ଦିନ ଅର୍ଥାତ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ଟିଟିଲାଗଡ଼ ଭଳି ଅଞ୍ଚଳରେ ପାରଦ ୪୫ ଡିଗ୍ରୀ ସେଲସିୟସ୍ ଉପରେ ରହୁଛି । ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲେ ମଧ୍ୟ ଆର୍ଦ୍ରତା ଅଧିକ ରହିବା କାରଣରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଭୁବନେଶ୍ୱରରେ ସକାଳୁ ହିଁ ତାତି ସାଙ୍ଗକୁ ଅଧିକ ଆର୍ଦ୍ରତା ଲୋକଙ୍କୁ ନାକେଦମ କରିଛି ।

ମଙ୍ଗଳବାର ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିପାରେ । ରାତି ବେଳା ବି ତାତି ଅଧିକ ରହିବ । ଏହି ୩ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଶିଶୁ, ବରିଷ୍ଠ ନାଗରିକ, ଅସୁସ୍ଥ ଓ ଗର୍ଭବତୀଙ୍କୁ ଖରାରେ ବାହାରକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି । ଝାରସୁଗୁଡ଼ା, ସୋନପୁର, ନୂଆପଡ଼ା ଓ କଳାହାଣ୍ଡି ପାଇଁ ଅରେଞ୍ଜ ସତର୍କତା ଦିଆଯାଇଛି । ୨୯ ଯାଏ ପଶ୍ଚିମ ଓଡ଼ିଶାର ସବୁଠି ତାତି ୪୫-୪୬ ଡିଗ୍ରୀ ପାଖାପାଖି ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ୍ ଉପରେ ଆମେରିକାର ବଡ଼ ହମ୍‌ଲା 🔴 ବଢ଼ିଲା CNG ଦର 🔴 ହିଟୱେଭ୍ ନେଇ ଜାରି ହେଲା ରେଡ୍ ୱାର୍ଣ୍ଣିଂ 🔴 ବିଜେଡି ଛାଡ଼ିବେ ଦେବାଶିଷ ସାମନ୍ତରାୟ! 🔴 ସ୍ୱଧର୍ମକୁ ଫେରିବା ପାଇଁ ପୁନର୍ଜନ୍ମ 🔴 ପାକିସ୍ତାନ କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ, ୨୩ ମୃତ 🔴 ହ୍ବାଇଟ ହାଉସ ବାହାରେ ୨୫ ରାଉଣ୍ଡ ଫାୟରିଂ 🔴 ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୋଲିସ୍‌ SIସ୍କାମ୍: ୧୭ଜଣଙ୍କ ଜାମିନ ଖାରଜ 🔴 ପୌରାଧ୍ୟକ୍ଷଙ୍କ ଘରକୁ ବୋମା ମାଡ଼ 🔴 ଇରାନ୍ ଉପରେ ଆମେରିକାର ବଡ଼ ହମ୍‌ଲା 🔴 ବଢ଼ିଲା CNG ଦର 🔴 ହିଟୱେଭ୍ ନେଇ ଜାରି ହେଲା ରେଡ୍ ୱାର୍ଣ୍ଣିଂ 🔴 ବିଜେଡି ଛାଡ଼ିବେ ଦେବାଶିଷ ସାମନ୍ତରାୟ! 🔴 ସ୍ୱଧର୍ମକୁ ଫେରିବା ପାଇଁ ପୁନର୍ଜନ୍ମ 🔴 ପାକିସ୍ତାନ କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ, ୨୩ ମୃତ 🔴 ହ୍ବାଇଟ ହାଉସ ବାହାରେ ୨୫ ରାଉଣ୍ଡ ଫାୟରିଂ 🔴 ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୋଲିସ୍‌ SIସ୍କାମ୍: ୧୭ଜଣଙ୍କ ଜାମିନ ଖାରଜ 🔴 ପୌରାଧ୍ୟକ୍ଷଙ୍କ ଘରକୁ ବୋମା ମାଡ଼