Masthead

ସାପ କାମୁଡାରେ ଭାଇ ଭଉଣୀ ମୃତ

ଆଳି (ବଡ଼ ଖବର ବ୍ୟୁରୋ): ସାପ କାମୁଡ଼ାରେ ଭାଇ ଭଉଣୀଙ୍କ ମୃତ୍ୟୁ । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଗୋବିନ୍ଦପୁର ଗ୍ରାମରର ଅରୁଣ କୁମାର ଦାସଙ୍କ ପୁଅ ଅଭିଷେକ ଦାସ (୧୧) ଝିଅ ଭୂମିକା ଦାସ (୩)ଙ୍କ ମୃତ ହୋଇଛି । ରାତିରେ ଝଡ଼ବର୍ଷା ସମୟରେ ଘରେ ଶୋଇଥିବା ସମୟରେ ଭାଇ ଭଉଣୀଙ୍କ ଏକ ବିଷାକ୍ତ ସାପ କାମୁଡିଥିଲା । ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ପରିବାର ଲୋକଙ୍କ ଠାରୁ ପ୍ରକାଶ, ରାତିରେ ଖାଇ ସାରି ଘରେ ଶୋଇଥିବା ସମୟରେ ପୁଅକୁ ସାପ କାମୁଡିବାରୁ ତା ହାତରୁ ରକ୍ତ ବାହରିଥିଲା । ଲୋକମାନେ ସାପକୁ ମଶାରୀ ଭିତରେ ଖେଳୁଥିବାର ଦେଖିବାକୁ ପାଇଥିଲେ । ହେଲେ ସାପ ହଠାତ କେଉଁଆଡେ ପଳେଇଥିଲା । ପୁଅକୁ ପରିବାର ଲୋକେ ସଙ୍ଗେସଙ୍ଗେ ବିଞ୍ଝାରପୁର ମେଡିକାଲକୁ ନେଇଥିଲେ । ପୁଅର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ କଟକ ମେଡିକାଲକୁ ନେଇଥିଲେ । ସେଠାରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଝିଅକୁ ସାପ କାମୁଡି ଥିବାର ପରିବାର ଲୋକେ ଜାଣିପାରି ନ ଥିଲେ । କିଛି ସମୟ ପରେ ଝିଅ ପାଟିରୁ ନାଳ ବାହାରିବା ସହ ପେଟ ବଥା ହୋଇଥିଲା । ପରେ ୩ ବର୍ଷ ଝିଅ ଭୂମିକାର ମୃତ ହେଇଥିଲା। ଖବର ଜାଣିବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ