Masthead

ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମୋହନଙ୍କ ଅନ୍ଦାଜ, ଚିନ୍ତାରେ ନବୀନ-ଭକ୍ତ । ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ । ଲୋକଙ୍କୁ ଭେଟି ଦେଉଛନ୍ତି ପ୍ରକଳ୍ପ ପରେ ପ୍ରକଳ୍ପ । ସରକାରକୁ ବର୍ଷେ ପୂରିବା ଆଗରୁ ଜିଲ୍ଲାବାସୀଙ୍କ ଦାବି ପୂରଣ ଦିଗରେ ମୁଖ୍ୟମନ୍ତ୍ରୀ । ଘନଘନ ଗସ୍ତ ବିରୋଧୀଙ୍କ ହଜାଇ ଦେଇଛି ନିଦ । ଭାଙ୍ଗିଛି ବର୍ଷ ବର୍ଷର ପରମ୍ପରା । ଦଳଗତ ନିର୍ବିଶେଷରେ ସମସ୍ତଙ୍କୁ ସାଥିରେ ଧରି ଜିଲ୍ଲାର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ମୋହନ । ପୁରୀ, ମୟୁରଭଞ୍ଜ, ଭଦ୍ରକ, ଦେବଗଡ ଓ କଳାହାଣ୍ଡି, ଢେଙ୍କାନାଳ ଓ ଗଞ୍ଜାମବାସୀଙ୍କ ଦାବିଙ୍କୁ ସମ୍ମାନ ଜଣାଇ କୋଟି କୋଟି ଟଙ୍କାର ପ୍ରକଳ୍ପକୁ କଲେ ଶିଳାନ୍ୟାଶ ସହ ଭିତ୍ତି ପ୍ରସ୍ତର ସ୍ଥାପନ । ଦେବଗଡରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ସରକାର ଆସିବା ପରଠାରୁ ୩୦ଜିଲ୍ଲାକୁ ସମାନୁପାତିକ ବିକାଶ ପାଇଁ ଗୁରୁତ୍ୱ ଦେଇଛୁ । ଜିଲ୍ଲାକୁ ରାଜ୍ୟର ବିକାଶ ଧାରାର ମୁଖ୍ୟସ୍ରୋତରେ ଯୋଡିବୁ । ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇ ଲୋକଙ୍କୁ ଭେଟି ଦେଇଚାଲିଛନ୍ତି ମୁଖ୍ୟମନ୍ତ୍ରୀ ।

ଯାହାକୁ ନେଇ ଜୋର ଧରିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି ସରକାରୀ ଅର୍ଥରେ କର୍ମୀ ସମ୍ମିଳନୀ ଓ ଉସôବ ମନାଉଛନ୍ତି । ରାଜ୍ୟବାସୀ ଆଗାମୀ ଦିନରେ ଉଚିତ ଜବାବ ଦେବେ । ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ଯିବା ଦରକାର । କିନ୍ତୁ ଯେଉଁ ଏଜେଣ୍ଡା ଓ ବାର୍ତ୍ତା ନେଇ ଯାଉଛନ୍ତି ତାହା ଦୁଭାର୍ଗ୍ୟ କହି ଟାଗେର୍ଟ କରିଥିବା ବେଳେ ବିଜେପି ବିଧାୟକ ଲକ୍ଷ୍ମଣ ବାଗ କହିଛନ୍ତି ଓଡିÿଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ । ତାଙ୍କର ସବୁ ଜିଲ୍ଲା । ସମସ୍ତେ ତାଙ୍କ ପାଇଁ ସମାନ । ତାଙ୍କର ପାତର ଅନ୍ତର ନାହିଁ । ଏକବର୍ଷ ପୂରିବା ପୂର୍ବରୁ ନୂଆ ଢାଞ୍ଚାରେ ଆଗକୁ ବଢିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାକୁ ଜିଲ୍ଲା ଯାଇ ଲୋକଙ୍କ ଦାବିକୁ ପୂରଣ କରିବା କରିଦେଇଛନ୍ତି ଆରମ୍ଭ । ଦିନ ରାତିକୁ କରିଦେଇଛନ୍ତି ଏକ ହେଲେ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ? ଗସ୍ତରୁ ବାରିଛନ୍ତି ରାଜନୀତିର ଗନ୍ଧ । କିନ୍ତୁ ସମୟ କହିବ ସତରେ କାହାର ରହିଛି ରାଜନୈତିକ ଉଦେ୍ଦଶ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ