ଟ୍ରକକୁ ପଛପଟୁ ପିଟିଲା ବସ୍

କୋକସରା (ବଡ଼ ଖବର ବ୍ୟୁରୋ): ଟ୍ରକକୁ ପଛପଟୁ ପିଟିଲା ବସ୍ । ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଭୁବନେଶ୍ୱରରୁ ଉମରକୋଟ ଯାଉଥିବା ରଘୁନାଥ ନାମକ ବସ । କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ କୋକସରା ଥାନା ଚାରବାହଲ ନିକଟରେ ଆଜି ଭୋର ସମୟରେ ରାସ୍ତାରେ ଛିଡା ହୋଇଥିବାବେଳେ ଏକ ଟ୍ରକକୁ ପଛ ପଟୁ ପିଟିଥିଲା । ଦୁର୍ଘଟଣାରେ ବସର ଆଗ ପଟ କାଚ ଭାଙ୍ଗି ଚୁରମାର ହୋଇଥିବା ବେଳେ ବସରେ ଥିବା ଅନେକେ ଯାତ୍ରୀ ବସ ମଧ୍ୟରେ ଫସି ରହିଥିଲେ।

କିଛି ସ୍ଥାନୀୟ ଲୋକଙ୍କ ସହାୟତା ଓ କୋକସରା ଦମକଳ କର୍ମଚାରୀ ଫସି ଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ଯାତ୍ରୀଙ୍କ ଜୁନାଗଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣ ଜଟିଳ ଭାବେ ଗୁରୁତର ଥିବା ଜଣାପଡିଛି। ମୃତ ଯାତ୍ରୀ ଝରିଗାଁର ବୋଲି ସୂଚନା ମିଳିଛି । କୋକସରା ଥାନା ମୋଟେର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’