Masthead

କେଜ୍ରିୱାଲଙ୍କୁ ଜାମିନ ଚତ୍ମକାର: ଆପ୍‌

ଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ । ଜାମିନ ମିଳିବା ପରେ ଆପ୍‌ ମଧ୍ୟରେ ଖୁସିର ମାହଲ । ଜାମିନ କୁ ସର୍ତ୍ତମୁଳକ ଭାବରେ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । କେଜି୍ରୱଲଙ୍କ ଅବଧି ଜୁନ ୧ ଯାଏ ଥିବାରୁ ସେ ପରଦିନ ଅର୍ଥାତ ୨ ତାରିଖରେ ଆତ୍ମସମର୍ପଣ କରିବେ । ଏପରି ରାୟ ପରେ ଆପ ପକ୍ଷରୁ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏଥିରେ ଭରଦ୍ୱାଜ କହିଛନ୍ତି, “୪୦ ଦିନ ଭିତରେ ଅନ୍ତରୀଣ ଜାମିନ ମିଳିବା ଗୋଟିଏ ଚମତ୍କାର ଠାରୁ ଅଧିକ । ସୁପ୍ରିମକୋର୍ଟଙ୍କ ଜରିଆରେ ଭଗବାନ ଠାରୁ ସଙ୍କେତ ଆସିଛି ।

ଦେଶରେ ଯାହା ସବୁ ଘଟୁଛି, ସେଥିରେ ଗୋଟିଏ ପରିବର୍ତ୍ତନ ଆବଶ୍ୟକ ବୋଲି ଭଗବାନ ସୁପ୍ରିମକୋର୍ଟ ଜରିଆରେ ସଙ୍କେତ ଦେଇଛନ୍ତି । ଅରବିନ୍ଦ କେଜ୍ରିୱାଲଙ୍କ ସହ ଭଗବାନ ବଜରଙ୍ଗବାଲୀଙ୍କ ଆଶୀର୍ବାଦ ରହିଛି । ଆଜି ସେ ଜେଲରୁ ବାହାରିବେ। ମୁଁ ଭାବୁଛି ଏହା କୌଣସି ସାଧାରଣ କଥା ନୁହେଁ। ସେ ଗୋଟିଏ ବଡ଼ ଉଦ୍ଦେଶ୍ୟରେ ଜେଲରୁ ବାହାରକୁ ଆସୁଛନ୍ତି।” କେଜ୍ରିୱାଲ ଜେଲରୁ ବାହାରିବା ପରେ ଇଣ୍ଡିଆ ମେଣ୍ଟର ନିର୍ବାଚନ ପ୍ରଚାରରେ ଯୋଗଦେବେ । ବର୍ତ୍ତମାନ ସୁଦ୍ଧା ଦେଶରେ ୩ଟି ପର୍ୟ୍ୟାୟ ଭୋଟିଂ ଶେଷ ହୋଇ ସାରିଛି । ଏବେ ଆଉ ୪ଟି ପର୍ୟ୍ୟାୟରେ ଦେଶବାସୀ ଭୋଟ ଦେବେ। ଏହି ପର୍ୟ୍ୟାୟ ଗୁଡ଼ିକ ପାଇଁ କେଜ୍ରିୱାଲ ଆପ ଓ ବିରୋଧୀ ମେଣ୍ଟ ଇଣ୍ଡିଆ ପାଇଁ ପ୍ରଚାର କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା