Masthead

କେବେ ମିଳିବ ରିଲିଫ ?

ବରୀ : ପ୍ରଶାସନ ବାରମ୍ବାର ବିପନ୍ନଙ୍କୁ ସହଯୋଗ ପାଇଁ ନିୟମ ରେ ପରିବର୍ତ୍ତନ ଆଣୁଥିବାରୁ ଏଭଳି ଅଵସ୍ଥା ସୃଷ୍ଟି ହୋଇଛି।ଅପରପକ୍ଷରେ ବନ୍ୟା ଦ୍ୱାରା ପ୍ରଭାବିତ ପରିବାର କୁ ଚୟନ କରିବା କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଏ ଯାଏ କୌଣସି ସରକାରୀ ସୁବିଧା ପହଞ୍ଚି ନଥିବା ଯୋଗୁଁ ଏହା ପ୍ରହସନ ପାଲଟିଛି ବୋଲି ଅଭିଯୋଗ ହୋଇଛି।ଗମୁ,ରତ୍ନଗିରି, ଅମଠପୁର ପ୍ରଭୁତି ପଂଚାୟତ ରେ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପରିବାର ଙ୍କ ନାମ ପ୍ରକାଶ ପାଇବା ପରେ ଏହି ଅଂଚଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି।ତଦନ୍ତକାରୀ ଦଳ ବାସ୍ତବ ପକ୍ଷେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ତାଲିକାଭୁକ୍ତ ନ କରି ସ୍ଥାନୀୟ କୁଜି ନେତା ମାନଙ୍କ ହାତବାରିସୀ ସାଜି ତାଲିକା ପ୍ରସ୍ତୁତ କରାଯାଇଛି ବୋଲି ଅଭିଯୋଗ ରେ ଦର୍ଶା ଯାଇଛି।ଆଜି ଏହି ମର୍ମ ରେ ଉପରୋକ୍ତ ପଞ୍ଚାୟତ ଗୁଡିକର ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଶହ ଶହ ଲୋକେ ବରୀ ତହସିଲ କାର୍ଯ୍ୟାଳୟ ଘେରାଉ କରିବା ଯୋଗୁଁ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବରୀ ତହସିଲ୍ କାର୍ଯ୍ୟାଳୟ ରେ ବରୀ ପୋଲିସ ପହଂଚି କ୍ଷତିଗ୍ରସ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ସେଠାରେ ଉପସ୍ଥିତ ଥିବା ଏକ ପ୍ରତିନିଧି ଦଳ ବରୀ ତହସିଲଦାର ସରୋଜକାନ୍ତ ନାୟକ ଙ୍କୁ ଭେଟି ରିଲିଫ ବଣ୍ଟନ ରେ ଏଭଳି ପକ୍ଷପାତିତା କୁ ତୀବ୍ର ବିରୋଧ କରିବା ସହ ଯଥାଶିଘ୍ର ପଲିଥିନ ବଣ୍ଟନ କରିବାକୁ ଦାବି କରିଥିଲେ। ଏନେଇ ବରୀ ତହସିଲ୍ ଦାର୍ ଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ