Masthead

ବଦଳିବ ନାଁ! ଖର୍ଚ୍ଚ ହେବ ୧୪ ହଜାର କୋଟି!

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଇଣ୍ଡିଆ ହେବ ଭାରତ। ଖର୍ଚ୍ଚ ହେବ ୧୪ ହଜାର କୋଟିରୁ ଅଧିକ ଟଙ୍କା । ଯେତେବେଳେ କୌଣସି ଦେଶର ନାମରେ ପରିବର୍ତ୍ତନ କରାଯାଥାଏ ସେତେବେଳେ ଏନେଇ ଗୁଡାଏ ଅର୍ଥ ଖର୍ଚ୍ଚ ହୋଇଥାଏ । ଏଥିପାଇଁ କିଛି ଜରୁରୀ କାଗଜପତ୍ରର କାମ ମଧ୍ୟ ଦରକାର ପଡିଥାଏ । ଏଥିରେ ମୁଖ୍ୟତଃ ଡକ୍ୟୁମେଂଟସ୍‌, ଅଫିସିଆଲ ୱେବ୍‌ସାଇଟ୍‌, ଦେଶର ବିଭିନ୍ନ ସଂସ୍ଥା ଓ ଅନ୍ୟ ବଡ଼ ବଡ଼ ପରିବର୍ତ୍ତନ ପାଇଁ ଖର୍ଚ୍ଚର ଆବଶ୍ୟକତା ରହିଥାଏ ।

ଏହି ସବୁ ପରିବର୍ତ୍ତନରେ ବହୁତ ଅର୍ଥ ଶ୍ରାଦ୍ଧ କରିପାକୁ ପଡିଥାଏ । ତେବେ ନାମ ପରିବର୍ତ୍ତନ କରିବାରେ ଭାରତ ପ୍ରଥମ ଦେଶ ନୁହେଁ । ଥରେ ଜଣେ ଆଫ୍ରିକିୟ ଡିଫେନ୍ସ ରିଭିୟ୍ୟୁର ନିର୍ଦ୍ଦେଶକ ଡାରେନ୍ ଅଲିଭିଅର ଏହି ନାମକରଣର ମୂଲ୍ୟ ଧାର୍ଯ୍ୟ କରିବା ପାଇଁ ଏକ ମଡେଲ ପ୍ରସ୍ତୁତ କରିଥିଲେ । ସେ ଆଫ୍ରିକୀୟ ରାଷ୍ଟ୍ରର ନାମ ପରିବର୍ତ୍ତନକୁ ଏକ ଆନୁମାନିକ ମୂଲ୍ୟରେ ପାହଂଚାଇବା ପାଇଁ ଏହାକୁ ବୃହତ୍ କର୍ପୋରେଟ ରିବ୍ରାଣ୍ଡିଂ କାର୍ଯ୍ୟ ସହିତ ତୁଳନା କରିଥିଲେ ।

ଅଲିଭିଅରଙ୍କ ମତ ଅନୁସାରେ ଏକ ବଡ଼ ସଂସ୍ଥାର ହାରାହାରି ମାର୍କେଟିଂ ମୂଲ୍ୟ ଏହାର ମୋଟ ଆୟର ୬ ପ୍ରତିଶତ । ରିବ୍ରାଣ୍ଡିଂ କାର୍ଯ୍ୟ, କମ୍ପାନିର ସାମଗ୍ରିକ ମାର୍କେଟିଂ ବଜେଟର ୧୦% ଖର୍ଚ୍ଚ ହୋଇଥାଏ । ଭାରତରେ ଏହି ସମାନ ଫର୍ମୁଲା ବ୍ୟବହାର କଲେ ଭାରତର ରାଜସ୍ୱ ସହିତ ଆନୁମାନିକ ମୂଲ୍ୟରେ ୧୪,୩୦୪ କୋଟି ଟଙ୍କା ଏଥି ପାଇଁ ଆକଶ୍ୟକ ହେବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା