Masthead

ବିକାଶ ସେନା ତରଫରୁ ନିଃଶୁଳ୍କ ସାନିଟାଇଜ ବ୍ୟବସ୍ଥା

ଟିଟିଲାଗଡ (ବଡ ଖବର ବ୍ୟୁରୋ): ଦିନକୁ ଦିନ ଟିଟିଲାଗଡ଼ ସହରରେ କରୋନା କାୟା ବିସ୍ତାର କରୁଥୁବା ବେଳେ ପ୍ରତିଦିନ ବହୁତ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି | ତେବେ ଏହି ପରିପ୍ରେକ୍ଷିରେ ଟିଟିଲାଗଡ ବିକାଶ ସେନା ତରଫରୁ ପ୍ରତିଦିନ ବିଭିନ୍ନ ୱାର୍ଡରେ ଆକ୍ରାନ୍ତଙ୍କ ଘରକୁ ଘର ଯାଇ ନିଃଶୁଳ୍କ ସାନିଟାଇଜ କରାଯାଉଛି | ଗତକାଲି ଟିଟିଲାଗଡର ୱାର୍ଡ ନମ୍ବର ୧,୩,୪,୬ ଏବଂ ୧୪ ର ୧୦ ରୁ ଉର୍ଦ୍ଧ ଘର ସାନିଟାଇଜ କରାଯାଇଥିଲା | ଟିଟିଲାଗଡ ବିକାଶ ସେନା ସଭାପତି ଇଂ ଅମ୍ଳାନ ଷଡ଼ଙ୍ଗୀଙ୍କ ନେତୃତ୍ତ୍ୱରେ କମିଟି ସଦସ୍ୟ ପବିତ୍ର ହାତୀ ନିଜ ଜୀବନକୁ ବାଜି ଲଗାଇ ଏହି ସବୁ କାମ ଜାରି ରଖିଛନ୍ତି ଏବଂ ତାଙ୍କୁ ସହଯୋଗ କରୁଛନ୍ତି ଆସିଫ ଖାନ । ତେବେ ଆଗାମୀ ଦିନରେ ମଧ୍ୟ ଏହି ସେବା ଜାରି ରହିବ ବୋଲି ଟିଟିଲାଗଡ଼ ବିକାଶ ସେନା ସଭାପତି ଅମ୍ଳାନ ଷଡ଼ଙ୍ଗୀ କହିଛନ୍ତି |

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ