Masthead

ବିଧାନସଭାରେ ଜଗଦ୍ଦୀଶ ପ୍ରସଙ୍ଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଞ୍ଚିଥିବାବେଳେ ନ୍ୟାୟ ମିଳିଲାନି । ପ୍ରଶାସନିକ ଅଧିକାରୀ ଆଡ ଆଖିରେ ଚାହିଁଲେ ନାହିଁ । ମରିଗଲା ପରେ ଛୁଟୁଛି ସମବେଦନାର ସୁଅ । ସରକାର ଗ୍ରହଣ କରିଛନ୍ତି କାର୍ୟ୍ୟାନୁଷ୍ଠାନ ବିଧାନସଭାରେ ଉଠିଲା ନୂଆପଡା ଜିଲ୍ଲା କଲ୍ୟାଣପୁରର ଦିବ୍ୟାଙ୍ଗ ଜଗଦୀଶ ଚୌହାନଙ୍କ ଆତ୍ମହତ୍ୟା ପ୍ରସଙ୍ଗ । ପ୍ରସଙ୍ଗ ଉଠାଇଲେ ବିରୋଧୀ। ବଞ୍ଚିଥିବା ବେଳେ ନ୍ୟାୟ ପାଇ ନଥିଲେ ଦିବ୍ୟାଙ୍ଗ ଜଗଦୀଶ । ପ୍ରଶାସନିକ ଅବହେଳାରୁ କଲେ ଆତ୍ମହତ୍ୟା । ତାଙ୍କ ମୃତୁ୍ୟ ପରେ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଅନେକ ସଂଗଠନ। ଜଗଦୀଶଙ୍କ ମାଆଙ୍କ ଅଭିଯୋଗ ଭିତ୍ତିରେ ନୂଆପଡା ଥାନାରେ ମାମଲା ବି ରୁଜୁ ହୋଇଛି । ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସରକାର ତହସିଲଦାରଙ୍କୁ ନିଲମ୍ବିତ କରି ଅତିରିକ୍ତ ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦେଇଛନ୍ତି । ତେଣେ ମୃତ ଜଗଦ୍ଦୀଶଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଇଛନ୍ତି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ।
ମୃତ ଜଗଦ୍ଦୀଶଙ୍କ ପରିବାରର ଦାୟିତ୍ୱ ସରକାର ନିଅନ୍ତୁ ବୋଲି ଦାବି ଜୋର ଧରିଛି । ବାପା ଛେଉଣ୍ଡ ଦୁଇପୁଅଙ୍କ ଭବିଷ୍ୟତ ନେଇ ବିଧବା ମାଆ ଚିନ୍ତାରେ । ଅନୁକମ୍ପାମୂଳକ ରାଶି ,ପରିବାର ଜଣଙ୍କୁ ଚାକିରି, ପିଲାଙ୍କ ପାଠପଢା ସହିତ ଦୋଷୀଙ୍କ ଗିରଫ ଦାବି କରିଛି ଦଳିତ ଏକତା ମଞ୍ଚ। ଅନ୍ୟପଟେ ଦାବି ପୂରଣ ନ ହେଲେ ନୂଆପଡ଼ା ଜିଲ୍ଲା ବନ୍ଦର ଡାକରା ଦେଇଛନ୍ତି ଗରିବ ସେନା ଆବାହକ ରବି ମଙ୍ଗରାଜ। ଜମି ବିକ୍ରି କରି ଧାର କରଜ ସୁଜିବେ। ମାତ୍ର ଜଗଦ୍ଦୀଶଙ୍କୁ ପ୍ରଶାସନିକ କ୍ଷେତ୍ରରେ ସହଯୋଗ ମିଳିଲାନି । ମିଳିଲା ଦୁର୍ବ୍ୟବହାର । ନିଜକୁ ଅସହାୟମଣିଲେ ଜଗଦ୍ଦୀଶ । ବାଧ୍ୟ ହୋଇ କଲେ ଆତ୍ମହତ୍ୟା । ଉଜୁଡି ଗଲା ହସଖୁସିର ସଂସାର । ଏବେ ସରକାରଙ୍କ ଜ୍ଞାନ ଉଦୟ ହୋଇଛି । ସହାୟତା ପାଇଁ ଆଗେଇ ଆସିଛନ୍ତି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ