Masthead

ବେଆଇନ ଭାବେ ରାସ୍ତା ଉପରେ ଗ୍ୟାସ ଗାଡ଼ି ଅଟକାଇବା ପଡିଲା ମହାଙ୍ଗା

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ବେଆଇନ ଭାବେ ରାସ୍ତା ଉପରେ ଗ୍ୟାସ ଗାଡ଼ି ଅଟକାଇବା ପଡିଲା ମହାଙ୍ଗା । ଚାନ୍ଦବାଲି ଥାନାରେ ୩ରୁ ଅଧିକ ଜଣଙ୍କ ନାମରେ ମାମଲା ରୁଜୁ । ଚାନ୍ଦବାଲି ବ୍ଲକ ଯଶିପୁର ପଞ୍ଚାୟତରେ ସୁଭଦିଆ ବଳ ସାହି ଗ୍ରାମରେ ସୁଶାନ୍ତ ପରିଡ଼ା ଆଜକୁ ୩ମାସରୁ ଅଧିକ ହେବ ନିଜ ମୋବାଇଲ ମାଧ୍ୟମରେ ଗ୍ୟାସ ବୁକିଂ କରୁଛନ୍ତି । ଏବଂ ଗ୍ୟାସ ଉଠାଣ କରି ଗ୍ୟାସର ସବସିଡ୍ ନିଜ ମୋବାଇଲରେ ଉଠାଉ ଥିବାବେଳେ କିଛି ନବୁଝି ତିହିଡି ଭାରତ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ଅରୁପାନନ୍ଧର ଗ୍ୟାସ ଏଜେନ୍ସିର ୨୦୦ରୁ ଅଧିକ ଗ୍ୟାସଟାଙ୍କି ଲୋଡ଼କରି ଚାନ୍ଦବାଲି ଯାଉଥିବା ବେଳେ କିଛି ଲୋକ ସେହି ଗାଡିକୁ ବଳ ପୂର୍ବକ ଭାବେ ଅଟକାଇଥିଲେ ।

ଏବଂ ନିଆଁ ଲଗାଇବା ପାଇଁ ଧମକ ମଧ୍ୟ ଦେଇଥିଲେ । ଏନେଇ ଖବର ପାଇ ପୋଲିସ ଗାଡିକୁ ଥାନାକୁ ଆଣିବା ସହିତ ଅରୁପାନନ୍ଧ ଗ୍ୟାସର ମୁଖ୍ୟ ନମିତା ନାୟକ ଖବର ଦେବା ପରେ ଘଟଣା ସ୍ତଳରେ ନମିତା ନାୟକ ପହଞ୍ଚିଥିଲେ । ଗ୍ୟାସ ଗାଡିକୁ ଅଟକ ରଖିଥିବା ଅଭିଯୋଗ କାରିଙ୍କ ନାମରେ ମୋତୋ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଗ୍ୟାସ ଗାଡି ଛାଡି ଦେଇଥିବା ଦେଖିବାକୁ ମିଳିଥିଲା । ଉଭୟ ପକ୍ଷରୁ ମୋତୋ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି ଅଭିଯୋଗ ମୁତାବକ ଗ୍ୟାସ ଗାଡିକୁ ଅଟକ ରଖିଥିବା ୩ ରୁ ଅଧିକ ବ୍ୟକ୍ତିଙ୍କ ନାମରେ ଚାନ୍ଦବାଲି ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା