Before Header

ମାତ୍ର ୯ମାସ ରହିପାରେ କରୋନା ଟିକାର ପ୍ରଭାବ

0 152

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନା ପ୍ରତି କ୍ଷେତ୍ରକୁ ପ୍ରଭାବିତ କରିଛି । ଏବେ କରୋନାର ଦ୍ୱିତୀୟ ଲହରଙ୍କୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବଢି ଚାଲିଛି । ଏଭଳି ସ୍ଥିତିରେ ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଟିକାର ପ୍ରଭାବ ମଣିଷ ଶରୀରରେ ମାତ୍ର ୯ ମାସ ପର୍ଯ୍ୟନ୍ତ ରହିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । ବିଶେଷଜ୍ଞମାନଙ୍କ ଆଶଙ୍କା ସରକାରଙ୍କ ଚିନ୍ତା ବଢାଇଦେଇଛି । କୋଭିଡ ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ ତିଆରି ହୋଇଥିବା ସମସ୍ତ ଭ୍ୟାକସିନ ଏକ ବର୍ଷରୁ କମ ସମୟ ପର୍ଯ୍ୟନ୍ତ ପ୍ରଭାବ ପକାଇପାରେ । ପରେ ନୂଆ ଭ୍ୟାକସିନ ନେବା ଦରକାର ପଡିବ । ଏକଥା ମହାମାରୀ ଓ ଭାଇରସ ବିଶେଷଜ୍ଞଙ୍କ ସର୍ଭେରୁ ଜଣାପଡିଛି ।

ଏ ସର୍ଭେରେ ସାମିଲ ଥିବା ବିଶେଷଜ୍ଞମାନେ କହିଛନ୍ତ, ପୂରା ବିଶ୍ୱରେ ସମୟାନୁସାରେ ଟିକାକରଣ ଦରକାର । କାରଣ ଭାଇରସ ନୂଆ ରୂପରେ ଆସିପାରେ । ଭାଇରସର ନୂଆ ରୂପ ଅଧିକ ସଂକ୍ରମଣ ଓ ଘାତକ ହୋଇପାରେ । ପୁରୁଣା ଭ୍ୟାକସିନ ସଂକ୍ରମଣକୁ ପ୍ରତିହତ କରିପାରିବନି ବୋଲି ସଂକେତ ମିଳିଲାନି । ବର୍ତ୍ତମାନ ଯେଉଁ ଭ୍ୟାକସିନ ମହଜୁଦ ଅଛି ତାହା ପୁରୁଣା, ନୂଆ ଟେକନିକକୁ ମିଶାଇ ପ୍ରସ୍ତୁତ କରାଯାଉଛି । ଯେଉଁଠାରେ ଟିକାକରଣ ହେଉନି ସେଇଠି ବହୁତ ସମସ୍ୟା ଉପୁଜିପାରେ । ଆମେରିକା ଓ ବ୍ରିଟେନ ଭଳି ଧନି ରାଷ୍ଟ୍ର ପ୍ରଥମ ଡୋଜ୍ ଦେଶର ଏକ ଚତୁର୍ଥାଂଶ ଳୋକଭ୍କୁ ଦେଇସାରିଲେଣି । ମାତ୍ର ଦକ୍ଷିଣ ଆଫ୍ରିକା ଓ ଥାଇଲାଣ୍ଡର ଏକ ଶତାଂଶ ଟିକାକରଣ ହୋଇଥିଲାବେଳେ ଅଧିକାଂଶ ଦେଶ ଆଦୌ ଟିକାକରଣ ହୋଇନି ।

ଅନ୍ତରାଷ୍ଟ୍ରୀୟ ଟିକାକରଣ ସଂସ୍ଥା କୋଭାକ୍ସିନ ୨୦୨୧ ଶେଷ ସୁଦ୍ଧା ବିଶ୍ୱର ୨୭ପ୍ରତିଶତ ଟିକାକରଣ କରିବା ପାଇଁ ଆଶା କରିଛି ।

Leave A Reply

Your email address will not be published.