Masthead

‘ଲକ୍ଷ୍ମୀ’ ବସ୍ ଯୋଜନାରେ କେତେ ଲାଗିବ ଭଡ଼ା? କିଲୋମିଟର ପିଛା ଏତିକି ଟଙ୍କା ଦେବେ ଯାତ୍ରୀ…..

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସହର ଏବଂ ପ୍ରତି ପଞ୍ଚାୟତକୁ ସଂଯୋଗ କରିବା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ‘ଲକ୍ଷ୍ମୀ’ ବସ୍ ଯୋଜନା । ସରକାରଙ୍କ ଏହି ଯୋଜନା ଅଧୀନରେ ଗାଁ-ଗାଁକୁ ଯୋଗାଯୋଗର ସୁବିଧା ମିଳିପାରିବ । ‘ଲକ୍ଷ୍ମୀ’ ଯୋଜନାରେ ସରକାର ବିଭିନ୍ନ ଗାଁର ଲୋକମାନଙ୍କ ଯାତାୟତ ପାଇଁ ଏକ ବଡ଼ ସୁବିଧା ଯୋଗାଇ ଦେଇଛନ୍ତି । ତେବେ ଏହି ଯୋଜନାରେ କେତେ ରହିବ ବସ୍ ଭଡ଼ା? ଯାତ୍ରୀଙ୍କୁ କିଲୋମିଟର ପିଛା କେତେ ଟଙ୍କା ଦେବାକୁ ପଡ଼ିବ, ସେ ନେଇ ସରକାରଙ୍କ ପକ୍ଷରୁ ଏକ ସୂଚନା ଜାରି ହୋଇଛି ।
ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାରେ ବିଭିନ୍ନ ବସ୍ ପାଇଁ ଭଡ଼ା ଅଲଗା ଭାବରେ ନିର୍ଦ୍ଧାରଣ କରାଯାଇଛି । ବ୍ଲକ ସ୍ତରୀୟ ଯୋଗାଯୋଗ ପାଇଁ ନନ୍ ଏସି ବସ୍ ରେ ୧୦ କି.ମି ପର୍ୟ୍ୟନ୍ତ ଟ୍ରାଭେଲ ପାଇଁ ଯାତ୍ରୀଙ୍କୁ ୫ଟଙ୍କାର ମୂଲ୍ୟ ଦେବାକୁ ପଡ଼ିବ । ତେବେ ୧୧-୨୦ କି.ମି ଯାତ୍ରା ପାଇଁ ୧୦ ଟଙ୍କା, ୨୧-୪୦ କି.ମି ପାଇଁ ୧୫ଟଙ୍କା, ୪୧-୬୦କି.ମି ପାଇଁ ୨୫ ଟଙ୍କା ଏବଂ ୬୧-୮୦ କି.ମି ପାଇଁ ୩୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି ।
ସେହିପରି ଜିଲ୍ଲାସ୍ତରୀୟ ଯୋଗାଯୋଗ କ୍ଷେତ୍ରରେ ୧୦ କିଲୋମିଟର ପର୍ୟ୍ୟନ୍ତ ଯାତ୍ରା ପାଇଁ ଏହି ମୂଲ୍ୟ ୧୦ ଟଙ୍କା ରହିଥିବା ବେଳେ ୧୧-୨୦ କି.ମି ଯାତ୍ରା ପାଇଁ ୨୦ ଟଙ୍କା ଏବଂ ୨୧-୪୦ କି.ମି ପାଇଁ ୪୦ ଟଙ୍କା ଧାର୍ୟ୍ୟ କରାଯାଇଛି । ତେବେ ୪୧-୬୦ କି.ମି ଯାତ୍ରା ପାଇଁ ୬୦ ଟଙ୍କା ଏବଂ ୬୧-୮୦ କି.ମି ଯାତ୍ରା ପାଇଁ ୮୦ ଟଙ୍କା ଦେବେ ଯାତ୍ରୀ ।
ଏହାବ୍ୟତୀତ ମହିଳା, ଛାତ୍ରଛାତ୍ରୀ ଏବଂ ଦିବ୍ୟାଙ୍ଗ ଯାତ୍ରୀମାନଙ୍କ ପାଇଁ ଏହି ଯୋଜନାରେ ରିହାତି ଦିଆଯାଇଛି । ମହିଳାମାନଙ୍କୁ ବ୍ଲକ ସ୍ତରୀୟ ଯୋଗାଯୋଗରେ ଫ୍ଲାଟ ବସ୍ ଫେୟାର ୫ଟଙ୍କା ଧାର୍ୟ୍ୟ ହୋଇଥିବା ବେଳେ ଜିଲ୍ଲା ସ୍ତରରେ ଏହି ମୂଲ୍ୟ ୧୦ ଟଙ୍କା ରହିଛି । ସେହିପରି ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହୋଇଛି । ତେବେ ଦିବ୍ୟାଙ୍ଗ ଯାତ୍ରୀମାନଙ୍କ ପାଇଁ ବ୍ଲକ ସ୍ତରରେ ୫ ଟଙ୍କା ନିର୍ଦ୍ଧାରିତ ହୋଇଛି ଏବଂ ଜିଲ୍ଲାସ୍ତରରେ ଛାତ୍ରଛାତ୍ରୀଙ୍କ ବସ୍ ଭଡ଼ା ୧୦ ଟଙ୍କା ଧାର୍ୟ୍ୟ କରିଛନ୍ତି ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨୪ ଯାଏ କାଳବୈଶାଖୀ, ଝଡ ବର୍ଷା ଆଲର୍ଟ 🔴 ଆଜି ମଧ୍ୟ ଗୃହରେ ହେବ ଅଚଳାବସ୍ଥା 🔴 ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ୨୪ ଯାଏ କାଳବୈଶାଖୀ, ଝଡ ବର୍ଷା ଆଲର୍ଟ 🔴 ଆଜି ମଧ୍ୟ ଗୃହରେ ହେବ ଅଚଳାବସ୍ଥା 🔴 ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ