Masthead

ବ୍ଲକ କାର୍ଯ୍ୟାଳୟରୁ ବିଳମ୍ବିତ ରାତିରେ ଗଛ ଚୋରି

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ):ରାତି ଅଧିଆ ବ୍ଲକ ପରିସରରେ ଚାଲିଛି ବେଧଡ଼କ ଗଛ କଟା । ସୌନ୍ଦର୍ଯ୍ୟ ନାମରେ ଗଛ କାଟି କରାଯାଉଛି ବିକ୍ରି । ବିଡ଼ିଓଙ୍କ ରୁମ ଆଗରେ ଚାଲିଛି ଏପରି କାର୍ଯ୍ୟ । ନିନ୍ଦରେ ସୋଇଛି ବ୍ଲକ ପ୍ରଶାସନ । ଲକ୍ଷ ଲକ୍ଷ ଟଙ୍କାର ଗଛ ବିଳମ୍ବିତ ରାତିରେ ଚୋରା ଚାଲାଣ ହେଉଥିବା ବେଳେ ନିନ୍ଦ ଭାଙ୍ଗୁନି ବ୍ଲକ ପ୍ରଶାସନର । ସୌନ୍ଦର୍ଯ୍ୟ ନାମରେ କଳାକାରନାମା କରୁଛି ବ୍ଲକ ପ୍ରସାସନ । ପ୍ରମାଣ ନଷ୍ଟ ପାଇଁ ଗଛ ଗୁଡାକୁ ପୋଡି କରାଯାଉଛି ନଷ୍ଟ । ଏଭଳି ସଂଘାତିକ ଅଭିଯୋଗ ନେଇ ଭୋଗରାଇ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଗଛ ଚୋରି ଅଭିଯୋଗରେ ବିଡ଼ିଓ ଉମାକାନ୍ତ ପରିଡାଙ୍କୁ ଗିରଫ କରିବାକୁ ଦାବି କରିଛି ଭୋଗରାଇ କଂଗ୍ରେସ ।ଗଛ ଚାଲାଣକାରୀଙ୍କ ବିରୁଦ୍ଧରେ ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବିଡ଼ିଓଙ୍କ ବିରୋଧରେ ଥାନାରେ ଏତଲା ଦେବ କଂଗ୍ରେସ । ପରବର୍ତୀ ସମୟରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହିତ ଗ୍ରୀନ ଟ୍ୟୁବନାଲକୁ ଦ୍ୱାରସ୍ତ ହେବ ଭୋଗରାଇ କଂଗ୍ରେସ ଦଳ ।

ଦୀର୍ଘ ବର୍ଷର ପୁରୁଣା ତଥା ବଡ ବଡ ଝାଉଁ,ଆକାଶିଆ,ଇଉକାଲିପଟାସ ଓ ନିମ୍ବ ଗଛ କଟାଯାଇ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଜଙ୍ଗଲ ବିଭାଗ କିମ୍ବା ପଞ୍ଚାୟତରାଜ ବିଭାଗର କୈାଣସି ଉଚ୍ଚ ଅଧିକାରୀଙ୍କ ବିନା ଅନୁମତିରେ ଏହି ସମସ୍ତ ଗଛ କଟାଯାଉଛି। ଭୋଗରାଇ ବ୍ଲକ କାର୍ଯ୍ୟାଳୟ ପରିସରସ୍ଥ ନିଜ ସରକାରୀ ବାସଭବନରେ ବିଡ଼ିଓ ରହିଥିବା ସମୟରେ ଫାଟକରେ ତାଲା ବନ୍ଦ କରି ଗଛ କଟାଳି ମାନେ ବିଦ୍ୟୁତ କଟର ସାହାଯ୍ୟରେ ୧୦୭ ଟି ବଡ ବଡ ଗଛ କାଟି ରାତାରାତି ବୋହି ନେଇଛନ୍ତି। ସେହି ସମୟରେ ରାସ୍ତାରେ ଯାଉଥିବା କଂଗ୍ରେସର ୩୧ ନଂ ଜିଲ୍ଲା ପରିଷଦ ଜୋନ ସଭାପତି ତଥା ମହେଶପୁର ସରପଞ୍ଚ ବରେନ୍ଦ୍ର ପାତ୍ର ଏହା ଦେଖି ବନ୍ଦ ଫାଟକ ଢେଇଁ ଭିତରେ ପଶିବା ସହିତ ନିଜ ମୋବାଇଲରେ ଏହାର ଫଟୋ ଓ ଭିଡ଼ିଓ ଉଠାଇଥିଲେ। ସଙ୍ଗେ ସଙ୍ଗେ ବିଡ଼ିଓ,ତହସିଲଦାର ଓ ଭୋଗରାଇ ଥାନା ଆଇଆଇସିଙ୍କୁ ଫୋନ କରିଥିଲେ ମଧ୍ୟ କେହି ବି ଫୋନ ରିସିଭ କରିନଥିଲେ। ଏହି ଭିଡିଓ ଉଠାଇବାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା। ସରପଞ୍ଚ ଶ୍ରୀ ପାତ୍ର ଭୟରେ ସେହି ସ୍ଥାନ ଛାଡ଼ି ପଳାଇ ଯାଇଥିଲେ। ଏହି ଗଛ ସବୁ ବିଡ଼ିଓ ନିଜେ ବିକ୍ରି କରିଥିବା କଂଗ୍ରେସ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି। ଏହି ଗଛ କାଟି ବିକ୍ରି କରିବା ଘଟଣାରେ ଯଦି ବିଡ଼ିଓଙ୍କ ସପୃକ୍ତି ନାହିଁ ତେବେ ୨୦ ଘଣ୍ଟା ପରେ ମଧ୍ୟ ସେ କାହିଁକି ଥାନାରେ ଲିଖିତ ଅଭିଯୋଗ କରି ନାହାନ୍ତି କିମ୍ବା ଗଛ ଚୋରି ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ କୈାଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି। ଭୋଗରାଇ ବ୍ଲକର ମୁଖ୍ୟ ପ୍ରଶାସନିକ ଅଧିକାରୀ ଯଦି ବ୍ଲକ କାର୍ୟ୍ୟାଳୟ ପରିସରକୁ ସୁରକ୍ଷା ଦେଇ ପାରୁନାହାନ୍ତି ତେବେ ସମଗ୍ର ଭୋଗରାଇବାସୀଙ୍କୁ କିପରି ସୁରକ୍ଷା ଦେବେ ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ।


ଆଜି ଗଛ ଚୋରି କରି ବିକ୍ରୀ କଲେ,ପରବର୍ତ୍ତୀ ସମୟରେ ଫାଇଲ,କାଗଜ ପତ୍ର,ଚେୟାର ଟେବୁଲ୍ ଓ ଆସବାବପତ୍ର ବିକ୍ରି ନକରିବେ ତାହା କିଏ କହିବ ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି। ଏଭଳି ଲୁଟ ଘଟଣାରେ ବିଡ଼ିଓଙ୍କୁ ଗିରଫ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ମଧ୍ୟ ରାତିରେ ଏବଂ ବିନା ଅନୁମତିରେ ଗଛ କାଟି ବିକ୍ରି କରିବା ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଆସନ୍ତା ତିନି ଦିନ ମଧ୍ୟରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବାଧ୍ୟ ହୋଇ ଭୋଗରାଇ କଂଗ୍ରେସ ପକ୍ଷରୁ ବିଡ଼ିଓଙ୍କ ବିରୋଧରେ ଥାନାରେ ଲିଖିତ ଏତଲା ଦିଆଯିବା ସହିତ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ମାମଲା ରୁଜୁ କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି। ଏହାସହିତ ସମଗ୍ର ଭୋଗରାଇବାସୀଙ୍କୁ ଏକଜୁଟ କରି ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ