Masthead

ସୁପ୍ରିମକୋର୍ଟରୁ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି

ନୂଆଦିଲ୍ଲୀ:(ବଡ଼ ଖବର ବ୍ୟୁରୋ):ସୁପ୍ରିମକୋର୍ଟଙ୍କ ପରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା ଲାଗିଛି। ସୁପ୍ରିମକୋର୍ଟ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧୀ ଆବେଦନର ତ୍ୱରିତ ଶୁଣାଣିକୁ ମନା କରି ଦେଇଥିଲେ। ଏପ୍ରିଲ ୨୯ରେ ତାଙ୍କ ଆବେଦନର ଶୁଣାଣି ହେବ। ଏହାପରେ ରାଉଜ ଆଭିନ୍ୟୁ କୋର୍ଟ ତାଙ୍କ ନ୍ୟାୟିକ ହେପାଜତର ଅବଧିକୁ ଏପ୍ରିଲ ୨୩ ଯାଏ ବୃଦ୍ଧି କରିଛନ୍ତି। ମଦ ନୀତି ମାମଲାରେ କେଜ୍ରିୱାଲ୍‌ ମାର୍ଚ୍ଚ ୨୧ ତାରିଖରେ ଗିରଫ ହେବା ପରେ ତାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ଆବେଦନ କରିଥିଲେ।

ଏପ୍ରିଲ୍‌ ୯ ତାରିଖରେ କେଜ୍ରିୱାଲ୍‌ଙ୍କ ଆବେଦନକୁ ଅଦାଲତ ଖାରଜ କରି ଦେଇଥିଲେ । ତା’ପରେ ସେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ଯାହାର ଶୁଣାଣି ଆଜି ଥିଲା, ମାତ୍ର ଆଜି ଅଦାଲତର ତାହାର ଶୁଣାଣି ଏପ୍ରିଲ ୨୯ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ବର୍ତ୍ତମାନ ତିହାର ଜେଲରେ ଥିବା କେଜ୍ରିୱାଲଙ୍କ ୧୪ ଦିନିଆ ନ୍ୟାୟିକ ହେପାଜତ ସୋମବାର ଶେଷ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ