Masthead

ସଟଡାଉନରେ ଗଡୁଛି ମୋ ବସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଠାରୁ ସାରା ରାଜ୍ୟରେ ଲାଗୁହୋଇଛି ସପ୍ତାହନନ୍ତ ସଟଡାଉନ । କରୋନା ଚେନରେ ବ୍ରେକ୍ ଦେବା ପାଇଁ ଶନି, ରବି ଦୁଇ ଦିନ ରାଜ୍ୟର ସମସ୍ତ ସହରରେ କରାଯାଇଛି ସଟଡାଉନ । ତେବେ ଏହି ସଟଡାଉନରୁ ଜରୁରୀକାଳୀନ ସେବାକୁ ବାଦ ଦେଲେ ଅନ୍ୟ ସମସ୍ତ ସେବାକୁ ବନ୍ଦ ରଖାଯାଇଛି । ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ଜରୁରୀସେବାରେ ନିୟୋଜିତ ହୋଇଛି ମୋ ବସ ।

କଟକ-ଖୋର୍ଦ୍ଧା ରୁଟ୍ ପାଇଁ ୬ଟି ବସ ଚାଲୁଥିବା ବେଳେ ଏମ୍ସ ରୁଟରେ ମଧ୍ୟ ବସ ଚଳାଚଳ କରୁଛି । ସେହପରି ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର, ରସୁଲଗଡ ରୁଟରେ ମଧ୍ୟ ମୋ ବସ ସେବା ଜାରି ରହିଛି । ଅନ୍ୟପଟେ ମାଷ୍ଟରକ୍ୟାଣ୍ଟିନରୁ ରବୀନ୍ଦ୍ର ମଣ୍ଡପ, ଆଚାର୍ଯ୍ୟ ବିହାର, କଳିଙ୍ଗ ହସ୍ପିଟାଲ, କିଟ୍ ଦେଇ ଗଡୁଛି ମୋ ବସ । ରାଜଧାନୀରେ ସଟଡାଉନକୁ କଡାକଡି ଭାବେ ପାଳନ କରାଯାଉଛି । ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

୨୦ ପ୍ଲାଟୁନ ଫୋର୍ସ ସହ ୧୫୦ ପୋଲିସ ଅଧିକାରୀ ସହରରେ ପଇଁତରା ମାରୁଛନ୍ତି । ୩୫ଟି ପିସିଆର ଭ୍ୟାନ ୨୦ ମୋବାଇଲ ପିସିଆର ଭ୍ୟାନକୁ ନିୟୋଜିତ କରାଯାଇଛି । ଏଥିସହିତ ଷଷ୍ଠ ଓ ସପ୍ତମ ବ୍ୟାଟଲିଆନର କମାଣ୍ଡୋମାନଙ୍କୁ ସୁରକ୍ଷା ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ଲୋକଙ୍କୁ ହଇରାଣ କରିବା ଆମ ଉଦ୍ଦେଶ୍ୟ ନୁହେଁ । ବିନା କାରଣରେ ଲୋକେ ବାହାରକୁ ନ ବାହରନ୍ତୁ ବୋଲି ଅନୁରୋଧ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା