Masthead

ଏନସିବି ହେପାଜତରେ ଆର୍ୟ୍ୟନଙ୍କ ରାତି 

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଗତକାଲି ଶାହାରୁଖ ଖାନଙ୍କ ପୁଅ ଆର୍ୟ୍ୟନ ଖାନ ଏନସିବି ହେପାଜତରେ ଥିଲେ  । ଏନସିବି ହେପାଜତରେ ଆର୍ୟ୍ୟନ ଖାନଙ୍କ ରାତି କଟିଲା । ମୁମ୍ବାଇର ହାଇପ୍ରୋଫାଇଲ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିଲେ ଆର୍ୟ୍ୟନ ଖାନ  ।  ଏନସିବି ହେପାଜତରେ ଥିଲେ ଶାହାରୁଖ ଖାନଙ୍କ ପୁଅ ଆର୍ୟ୍ୟନଙ୍କ ସମେତ ୩ ଜଣ । ମୁମ୍ବାଇ କୋର୍ଟ ଆର୍ୟ୍ୟନ ସମେତ ତିନି ଅଭିଯୁକ୍ତଙ୍କୁ ଗୋଟିଏ ଦିନ ପାଇଁ ଏନସିବି ହେପାଜତକୁ ପଠାଇ ଦେଇଥିଲେ । ଏହି ଘଟଣା ପରେ ସଲମାନ ଖାନ ତାଙ୍କୁ ଭେଟିବା ପାଇଁ ଯାଇଥିଲେ ବୋଲି ଜଣାପଡିଛି ।

ବିଳମ୍ବିତ ରାତିରେ ମୁମ୍ବାଇ ଉପକୂଳରେ ଏକ ଯାତ୍ରୀବାହୀ ଜାହାଜରେ ପାର୍ଟି ଚାଲିଥିବା ବେଳେ ଏନ୍‌ସିବି ପକ୍ଷରୁ ଚଢ଼ାଉ କରାଯାଇଥିଲା । ପାର୍ଟି ଆୟୋଜନ କରାଯାଇଥିବା ୬ ଜଣ ବ୍ୟକ୍ତିଙ୍କୁ ହାଜର ହେବା ପାଇଁ ସମନ୍ ଜାରି କରାଯାଇଥିଲା । ଚଢ଼ାଉ ସମୟରେ ଅନେକ ପ୍ରକାରର ଡ୍ରଗ୍ସ ବା ନିଶା ସାମଗ୍ରୀ ଜବତ ହୋଇଥିଲା ଜଣାପଡ଼ିଛି । ସେହିପରି ଅଟକଙ୍କ ମଧ୍ୟରେ ୩ ଜଣ ଯୁବତୀ ଅଛନ୍ତି, ଯେଉଁମାନେ ବଡ଼ ବଡ଼ ଉଦ୍ୟୋଗପତିଙ୍କ ଝିଅ ବୋଲି ଜଣାପଡ଼ିଛି । ଏନ୍‌ସିବିର ଚଢ଼ାଉ ବେଳେ ଜାହାଜ ଭିତରେ ୬୦୦ ଜଣ ହାଇପ୍ରୋଫାଇଲ୍‌ ଲୋକ ଉପସ୍ଥିତ ଥିଲେ । ଏନ୍‌ସିବି ୩୦ ଗ୍ରାମ ଚରସ, ୨୦ ଗ୍ରାମ କୋକିନ୍‌, ୨୫ ଗ୍ରାମ୍‌ ଏମ୍‌ଡିଏମ୍‌ ଡ୍ରଗ୍ସର ଟାବଲେଟ୍‌ ଏବଂ ପ୍ରାୟ ୧୦ ଗ୍ରାମ୍‌ ଏମ୍‌ଡି ଡ୍ରଗ୍ସ ଜବତ କରିଛି ।  ମୁମ୍ବାଇରୁ ଗୋଆ ଯାଉଥିବା ଏକ ଲକ୍ସଜରୀ କ୍ରୁଜରେ ଏହି ଘଟଣା ଘଟିଥିଲା  । ତେବେ ଏନ୍ସିବି ତଦନ୍ତ ପରେ ହିଁ ଜଣାପଡିବ ଏମାନେ ସମସ୍ତ ଡ୍ରଗ୍ସ ସେବନ କରିଥିଲେ କି ନାହିଁ  ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା