Masthead

ଦାରିଦ୍ର୍ୟ ଆଗରେ ହାରିଗଲା ପିତୃତ୍ୱ

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ଉତ୍କଟ ଦାରିଦ୍ର୍ୟ ଆଗରେ ହାରିଗଲା ପିତୃତ୍ୱ । ୪ବର୍ଷର ପୁଅକୁ ପ୍ରଶାସନକୁ ଦେଇ ଚାଲିଗଲା ଦାଦନକୁ । ଗୋଟିଏ ଦାଦନକୁ ରୋକିପାରିଲା ନାହିଁ ପ୍ରଶାସନ । ତା ପରିବାର ପେଟକୁ ଦୁଇଓଳା ଦୁଇମୁଠା ଖାଦ୍ୟ ଯୋଗାଡ କରିପାରିଲା ନାହିଁ । ହାତକୁ କାମ ଯୋଗାଇ ପାରିଲା ନାହିଁ । ଚାରିକାନ୍ଥ ଭିତରୁ ଶୁଣାଯାଉଛି ହା ଅନ୍ନ ହା ଅନ୍ନର ଚିତ୍କାର । ପେଟ ଭୋକ ଆଗରେ ହାରିଗଲା ପିତୃତ୍ୱ । ତା ଠାରୁ ଆହୁରି ବିଡମ୍ବନାର କଥା ପ୍ରଶାସନ ଦାଦନକୁ ରୋକିବା ବଦଳରେ ନୀତି ନିୟମ ପ୍ରକାରେ ପ୍ରଶାସନ ୪ବର୍ଷର ପୁତ୍ର ସନ୍ତାନକୁ ପୋଷ୍ୟ ରୂପେ ଟେକିଦେଲା ଏକ ବଙ୍ଗୀୟ ଦମ୍ପତିଙ୍କ ହାତରେ । ଏବେବି ଘରେ ଘରେ ଦାରିଦ୍ର୍ୟ ବଞ୍ଚିଛି । ପେଟ ଭୋକର ଜ୍ୱାଳା ଅସହ୍ୟ ହେଉଛି ।

ମୁଠାଏ ଦାନ ପାଇଁ ଅହରହ ଚାଲିଛି ସଙ୍ଘର୍ଷ । ଦାନା ନାହିଁ କି କାମ ବି ନାହିଁ । ରାତିପାହିଲେ ପେଟ ଭୋକର ଚିନ୍ତା । ଦାନା ଦେଇନପାରି ଶିଶୁ ସୁରକ୍ଷା କେନ୍ଦ୍ର ହାତକୁ ନିଜର ୪ବର୍ଷର ଶିଶୁକୁ ଟେକିଦେଇ ଦାଦନକୁ ଚାଲିଯିବା, ଆଉ ଦାଦନକୁ ରୋକି ତା ହାତକୁ କାମଦେଇ ପରିବାରକୁ ଥଇଥାନ କରିବା ପରିବର୍ତ୍ତେ ପ୍ରଶାସନ ନୀତି ନିୟମ ପ୍ରକାରେ ଶିଶୁଟିକୁ ପୋଷ୍ୟ ସନ୍ତାନ ରୂପେ ଟେକିଦେବା ଜିଲାରେ ଭୋକ, ଦାରିଦ୍ର୍ୟ ଓ ଦାଦନ ସମସ୍ୟା କେତେଯେ ଉତ୍କଟ ତାହା ବୟାନ କରୁଛି । ଗୁଣପୁର ଉପଖଣ୍ଡ ମିଟୁ କାଡ୍ରାକାଙ୍କ ପତ୍ନୀ କୋଭିଡରେ ମୃତ୍ୟୁବରଣ କରିଥିଲେ । ପତ୍ନୀଙ୍କ ମୃତ୍ୟୁ ପରେ ବାପା ମିଟୁଙ୍କ ଗୋଡରେ ବନ୍ଧା ହୋଇଗଲେ ଦୁଇଟି ଶିଶୁ । ଅଭାବ ଅନାଟନ ଭିତରେ ଛନ୍ଦି ହୋଇ ଦିନ କାଟୁଥିବା ବେଳେ ଦାଉ ସାଜିଥିଲା ଗତବର୍ଷ ଆସିଥିବା ଝଡ ତୋଫାନ ।

ଉଜାଡି ଦେଇଥିଲା ମୁଣ୍ଡ ଗୁଞ୍ଜିବାକୁ ଥିବା ଘର । ପ୍ରଶାସନିକ ଅଧିକାରୀ ଆସି ଯୋଗାଯୋଗ କରିଥିଲେ ସତ । ଦାରିଦ୍ର୍ୟ କସାଘାତରେ ପେଷି ହୋଇଯାଉଥିବା ଲାଳନପାଳନ ପାଇଁ ନିଜର ଅସମର୍ଥତା ପ୍ରକାଶ କରିଥିଲେ । ଆଉ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରି ପରିବାରକୁ ସୁସ୍ଥ ସବଳ କରି ଗଢ଼ି ତୋଳିବା ବଦଳରେ ସିଡବ୍ଲୁସି ହାତରେ ଟେକିଦେବାର ସମସ୍ତ ବ୍ୟବସ୍ଥା କରିଦେଲେ । ଆଉ ମିଟୁକୁ ଦାଦନ ଖଟିବାକୁ ସମସ୍ତ ବାଟ ପରିଷ୍କାର କରି ଛାଡିଦେଲେ । ଗୋଟିଏ ବର୍ଷତଳେ ଶିଶୁଟିକୁ ପ୍ରସାଶନ ହାତରେ ମିଟୁ ଟେକିଦେଇ ଦାଦନ ଖଟିବାକୁ ଚାଲିଯାଇଗଲେ ।

ନୀତିନିୟମ ପ୍ରକାରେ ଶିଶୁ ମଙ୍ଗଳ କମିଟିର ବିଜ୍ଞପ୍ତି ପରେ ଗତକାଲି ଏକ ବଙ୍ଗୀୟ ଦମ୍ପତି ଆସି ପୋଷ୍ୟ ରୂପେ ଆଦରି ନେଇଗଲେ । ତେବେ ପ୍ରଶ୍ନ ଉଠୁଛି ସରକାରଙ୍କ ଏତକଯାକ ଯୋଜନା । ସବୁତକ ପେଟର ଭୋକ ମେଣ୍ଟାଇବା ଆଉ ପରିବାରର ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ପାଇଁ ଉଦ୍ଧିଷ୍ଟ । କିନ୍ତୁ ଦାଦନ ହୋଇ ଚାଲିଗଲା । ପେଟର ଭୋକ ମେଣ୍ଟାଇବାକୁ ରାଜ୍ୟ ଛାଡି ଚାଲିଗଲା । ଆଉ ତାର ସନ୍ତାନ ମଧ୍ୟ ପୋଷ୍ୟ ହୋଇ ରାଜ୍ୟ ଛାଡି ଚାଲିଗଲା । ଆଉ ଗୋଟିଏ ପରିବାର ଖଣ୍ଡବିଖଣ୍ଡ ହୋଇଗଲା । ଏ କ’ଣ ଆମ ସରକାରଙ୍କ ଯୋଜନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼