Masthead

ଖତ ଖାଉଛି ୧୦୮ ଆମ୍ବୁଲାନ୍ସ

ପିପିଲି, (ବଡ଼ ଖବର ବ୍ୟୁରୋ): ପୁରୀ ଜିଲ୍ଲା ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦର ଏଗାର ନମ୍ବର ୱାର୍ଡ ଜୟପୁର ମେଲଣ ପଡିଆରେ ଖତ ଖାଉଛି ୧୦୮ ଆମ୍ବୁଲାନ୍ସ । ଦୀର୍ଘ ଦିନ ହେବ ଆମ୍ବୁଲାନ୍ସଟି ପଡିରହିଥିଲେ ସୁଦ୍ଧା କାହାର ଦୃଷ୍ଟିଗୋଚର ହେଉନାହିଁ । ରୋଗୀଙ୍କ ନିକଟରେ ଠିକ ସମୟରେ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ । ସେପଟେ ଆମ୍ବୁଲାନ୍ସ ଖତ ଖାଉଥିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ପିପିଲି ମେଡିକାଲ ଉପରେ ସ୍ଥାନୀୟ ଅଞ୍ଚଳର ପଚାଶ ହଜାର ଲୋକ ନିର୍ଭର କରନ୍ତି । ଜରୁରୀ ସମୟରେ ମେଡିକାଲରେ ମାତ୍ର ଗୋଟିଏ ଆମ୍ବୁଲାନ୍ସ ଥାଏ । ଫୋନ କଲେ ଠିକ ସମୟରେ ପହଞ୍ଚି ପାରେନି ଆରମ୍ବୁଲାନ୍ସ । ଯାହାକୁ ନେଇ ବାରମ୍ବାର ଅଭିଯୋଗ ଆଣୁଛନ୍ତି ରୋଗୀଙ୍କ ସମ୍ପର୍କୀୟମାନେ । ସେପଟେ ଡେରିରେ ପହଞ୍ଚିଲେ ମଙ୍ଗଳପୁର ଡାକ୍ତରଖାନାକୁ ରେଫର କରାଯାଉଛି । ବିଳମ୍ବ ଲାଗି ପୂର୍ବରୁ ଅନେକଙ୍କ ଜୀବନ ଯାଇଥିବାର ମଧ୍ୟ ନଜିର ରହିଛି । ତେବେ ୧୦୮ ଆମ୍ବୁଲାନ୍ସ ଲାଗି ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଖତ ଖାଉଥିବାଥିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ