Masthead

ଅସୁରକ୍ଷିତ ରାଜଧାନୀ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଲୁଟେରାଙ୍କ କବ୍ଚାରେ ରାଜଧାନୀ । ଦିନକୁ ଦିନ ରାଜଧାନୀରେ ବଢ଼ିଚାଲିଛି ଅପରାଧ । କେବେ ଲୁଟ୍ ତ କେବେ ଡକାୟତି । କରୋନା କାଳରେ ମାତିଛନ୍ତି ଲୁଟେରା । ଦିନ ଦ୍ୱିପ୍ରହରରେ ଆଖି ପିଛୁଳାକେ ହେଉଛି ଲୁଟ୍ । ଯାହାର ଟେର୍ ମଧ୍ୟ ପାଉନି ପୋଲିସ । ନିଶା ପାଇଁ ଟଙ୍କା ପଇସା ଅଭାବରୁ ଘଟୁଛି ଅପରାଧ । କିଛିଦିନ ତଳେ ଜଣେ ନାବାଳକ ଠାରୁ ଟଙ୍କା ଛଡାଇ ବିଫଳ ହେବାରୁ ତାଙ୍କୁ ହତ୍ୟା କରିଥିଲେ ନିଶାଡି । ଫିଲ୍ମି ଷ୍ଟାଇଲରେ ଲୁଟ କରୁଛନ୍ତି ଲୁଟେରା, ଆଖିଫିଛୁଳାକେ ଝାମ୍ପି ନେଉଛନ୍ତି ସବୁକିଛି । କେତେବେଳେ ବ୍ୟାଙ୍କ ତ କେତେବେଳେ ଏଟିଏମରୁ ହେଉଛି ଲୁଟ୍ । ଅତି ଚତୁରତାର ସହ ଏଟିଏମ ଲୁଟୁଛନ୍ତି ଲୁଟେରା ।
ଶୈଳôଶ୍ରୀବିହାରରୁ ଜଣେ ଇଂଜିନିୟରଙ୍କୁ ଖଣ୍ଡା ଦେଖାଇ ଲୁଟ ହୋଇଛି । ଇଂଜିନିୟର ଜଣକ ସବୁଦିନ ଭଳି ସେଦିନ ବି ସକାଳୁ ଫୁଲ ତୋଳିବା ପାଇଁ ସିବିଏସସି ଅଫିସ ପାଖକୁ ଆସିଥିବା ବେଳେ ଦୁଇ ଯୁବକ ବାଇକରେ ଆସି ଖଣ୍ଡା ଦେଖାଇ ଲୁଟପାଟ କରିଛନ୍ତି ।
ତେବେ ଦିନକୁ ଦିନ ରାଜଧାନୀରେ ଲୁଟ ଘଟଣା ବଢିଚାଲିଥିବା ବେଳେ ନିଜକୁ ଅସୁରକ୍ଷିତ ଭାବୁଛନ୍ତି ରାଜଧାନିବାସୀ । ଅନ୍ୟପଟେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ । ପୋଲିସ କେବଳ ମାସ୍କ ହେଲମେଟ୍ ଚେକିଂରେ ସିମିତ ଥିବା କଥା କହିଛନ୍ତି ରାଜଧାନୀବାସୀ । ତେବେ କେବେ ଭାଙ୍ଗୁଛି ପୋଲିସର ନିଦ ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା