Masthead

ସୁସ୍ଥ ହୋଇ ଫେରିଲେ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):   କଟକର ମହାନଦୀ ମୁଣ୍ଡଳିଠାରେ ଘଟିଥିବା ବୋଟ ଦୁର୍ଘଟଣାରେ ଗୁରୁତର ଥିବା ଓଟିଭିର କ୍ୟାମେରମ୍ୟାନ ପ୍ରଭାତ ସିହ୍ନା ଆଜି ମେଡିକାଲରୁ ଡିସଚାର୍ଜ ନେଇଛନ୍ତି । ଘଟିଥିବା ଦୁର୍ଘଟଣାରେ ଓଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସ ଓ ଓଡ୍ରାଫ ଟିମର ସଦସ୍ୟ ସୀତାରାମ ମୁର୍ମୂଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଦୁର୍ଘଟଣାରେ ଗୁରୁତର ଥିବା କ୍ୟାମେରାମ୍ୟାନ ପ୍ରଭାତ ସିହ୍ନାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ୩ ଦିନ ଧରି ସେ ଚିକିତ୍ସା ହେଉଥିଲେ । ଆଉ ଆଜି ସେ ହସପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେ ସୁସ୍ଥ ହେବା ପରେ ଦୁଃଖ ପ୍ରକାଶ କହିଛନ୍ତି ଯେ , ଅରିନ୍ଦମ ଓ ମୁଁ ଏକାଠି ସବୁ ଜାଗାକୁ ରିପୋର୍ଟିଂ କରିବାକୁ ଯାଉ । ହେଲେ ଆଜି ସେ ନାହାନ୍ତି।  ମୁଁ ସୁସ୍ଥ ହୋଇ ଘରକୁ ଫେରିଛି ।ହେଲେ ମନରେ ଦୁଃଖ ରହିଗଲା ଯେ ଅରିନ୍ଦମ ଭାଇ ରହିଲେ ନାହିଁ । ଭଗବାନ ମୋତେ ରଖିଲେ ହେଲେ ତାକୁ ନେଇଗଲେ । ତାହା ସବୁଠୁ କଷ୍ଟକର ମୋ ପାଇଁ। ସବୁଦିନ ପାଇଁ ମନରେ ଏହି ଦୁଃଖ ରହିବ ।

ସୂଚନା ଅନୁସାରେ ଗତ ୨୪ ତାରିଖରେ ମହାନଦୀ ମୁଣ୍ଡଳିଠାରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମ ସହ ବୋଟରେ ଓଟିଭିର କ୍ୟାମେରା ମ୍ୟାନ ଓ ଚିଫ ରିପୋର୍ଟର ନ୍ୟୁଜ କଭର କରିବା ପାଇଁ ଯାଇଥିଲେ । କିନ୍ତୁ ନଦୀର ପ୍ରଖର ସୁଅରେ ବୋଟ୍ ଓଲଟି ପଡିଥିଲା । ଫଳରେ ଓଡ୍ରାଫ ଟିମର ଜଣେ ସଦସ୍ୟ ସୀତାରାମ ମୁର୍ମୂ, ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ପ୍ରଭାତ ସିହ୍ନାଙ୍କ ସମେତ ୫ ଜଣଙ୍କୁ ଗୁରୁତର ଆବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା