ମଧ୍ୟପ୍ରଦେଶ ଚାଲାଣ ବେଳେ ଜବତ ହେଲା ଗଞ୍ଜେଇ

ଲମତାପୁଟ(ବଡ଼ ଖବର ବ୍ୟୁରୋ): ଆନ୍ଧ୍ରପ୍ରଦେଶ ନାର୍ସିପାଟଣା ଅଞ୍ଚଳରୁ ମଧ୍ୟପ୍ରଦେଶ ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରା ପଡିଛି ବିପୁଳ ପରିମାଣର ଗଞ୍ଜେଇ । ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର ଏସଡ଼ିପିଓ ଙ୍କ ନିର୍ଦ୍ଦେଶ କ୍ରମେ ଶଗର ଛକ ନିକଟ ରେ ଲମତାପୁଟ ,ମାଛକୁଣ୍ଡ ପୋଲିସ ନାକା ବନ୍ଦୀ କରି ଗାଡି ଯାଞ୍ଚ କରୁଥିଲେ । ପାଡୁଆ ଅଞ୍ଚଳରୁ ଆସୁଥିବା ଦୁଇଟି କାରକୁ ଅଟକାଇଥିଲା ପୋଲିସ। କାର କୁ ଯାଞ୍ଚ ବେଳେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜଣାପଡିଥିଲା ।

ଉଭୟ କାରରେ ଥିବା ୪ ଜଣଙ୍କୁ ପୋଲିସ ଗିରଫ କରିବା ସହ ଦୁଇଟି କାରକୁ ଜବତ କରିଛି । ଦୁଇଟି କାର ରେ ୭ ବସ୍ତାରେ ପ୍ରାୟ ୨ କୁଇଣ୍ଟାଲରୁ ଉଦ୍ଧ୍ୱର୍ ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଅଟକ ଗଞ୍ଜେଇ ମାଫିଆ ମଧ୍ୟପ୍ରଦେଶ ହର୍ଡା ଅଞ୍ଚଳର ସନ୍ଦୀପ ଠାକୁର , ଓମ ଶର୍ମା , ରାଜେନ୍ଦ୍ର ଠାକୁର ଏବଂ ଶ୍ଳୋକ ଶ୍ରୀବାସ । ଏମାନଙ୍କ ଠାରୁ ୭ ଟି ମୋବାଇଲ ଫୋନ ,ଗାଡି କାଗଜ ପତ୍ର ଏବଂ ୪ ହଜାର ଟଙ୍କା ନଗତ ଜବତ କରିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ