Masthead

ସ୍ଥିତି ଅଶାନ୍ତକୁ ନେଇ ସନ୍ଦେଶଖାଲିରେ ୧୪୪ ଲାଗୁ

ପଶ୍ଚିମବଙ୍ଗ (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ହିଂସାକୁ ରଖି ପୁଣି ଥରେ ମମତା ସରକାର ୧୪୪ ଧାରା ଲାଗୁ କରିଛନ୍ତି। ଏହାକୁ ନେଇ ବିଜେପି ନେତା ବିରୋଧ କରିଛନ୍ତି। ଏକାଧିକ ଲୋକ ରୁଣ୍ଡ ହେବା ନେଇ କଟକଣା ଲାଗୁ କରାଯାଇଛି। ୧୯ ଫେବ୍ରୁଆରୀରେ କଲିକତା ହାଇକୋର୍ଟ ସନ୍ଦେଶଖାଲିରେ ୧୪୪ ଧାରା ଲାଗୁ କରିବା ନେଇ ରୋକ ଲଗାଇଥିଲେ। ଏହା ସତ୍ତ୍ୱେ ମଧ୍ୟ ପ୍ରଶାସନ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅଣାଦେଖା କରି ପୂରା ଅଞ୍ଚଳରେ ପୁଣି ଥରେ କଟକଣା ଲାଗୁ କରିଛି।

ଶୁକ୍ରବାର ଦିନ ବିଜେପି ସାଂସଦ ଲକେଟ୍ ଚାଟାର୍ଜୀଙ୍କ ନେତୃତ୍ୱରେ ସନ୍ଦେଶଖାଲି ଯାଉଥିବା ପ୍ରତିନିଧି ଦଳକୁ ଅଧାରେ ଅଟକାଇ ଦିଆଯାଇଥିଲା। ଏହାପରେ ପୁଲିସ ଲକେଟ୍ ଚାଟାର୍ଜୀଙ୍କୁ ଗିରଫ କରିଥିଲା। ସେପଟେ ସନ୍ଦେଶଖାଲିରେ ଚାଲିଥିବା ବିବାଦ ମଧ୍ୟରେ ଜାତୀୟ ମାନବ ଅଧିକାର ଆୟୋଗର ଏକ ଟିମ୍ ଶୁକ୍ରବାର ଦିନ ସେଠାରେ ପହଞ୍ଚିଥିଲା। ମହିଳାମାନେ ଆଣିଥିବା ଯୌନ ଉତ୍ପୀଡନ ଅଭିଯୋଗ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲା ଟିମ୍‌।

ଶୁକବ୍ରାର ସନ୍ଦେଶଖାଲିରେ ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଜୋରଦାର କରିଥିଲେ। ବିଭିନ୍ନ ସ୍ଥାନରେ ନିଆଁ ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ସେଠାରେ ସ୍ଥିତି ଅଶାନ୍ତ ହୋଇ ଉଠିଥିଲା। କେବଳ ସେତିକି ନୁହେଁ ବିକ୍ଷୋଭକାରୀମାନେ ଟିଏମ୍‌ସି ନେତାଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା