Masthead

ସ୍ଥିତି ଅଶାନ୍ତକୁ ନେଇ ସନ୍ଦେଶଖାଲିରେ ୧୪୪ ଲାଗୁ

ପଶ୍ଚିମବଙ୍ଗ (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ହିଂସାକୁ ରଖି ପୁଣି ଥରେ ମମତା ସରକାର ୧୪୪ ଧାରା ଲାଗୁ କରିଛନ୍ତି। ଏହାକୁ ନେଇ ବିଜେପି ନେତା ବିରୋଧ କରିଛନ୍ତି। ଏକାଧିକ ଲୋକ ରୁଣ୍ଡ ହେବା ନେଇ କଟକଣା ଲାଗୁ କରାଯାଇଛି। ୧୯ ଫେବ୍ରୁଆରୀରେ କଲିକତା ହାଇକୋର୍ଟ ସନ୍ଦେଶଖାଲିରେ ୧୪୪ ଧାରା ଲାଗୁ କରିବା ନେଇ ରୋକ ଲଗାଇଥିଲେ। ଏହା ସତ୍ତ୍ୱେ ମଧ୍ୟ ପ୍ରଶାସନ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅଣାଦେଖା କରି ପୂରା ଅଞ୍ଚଳରେ ପୁଣି ଥରେ କଟକଣା ଲାଗୁ କରିଛି।

ଶୁକ୍ରବାର ଦିନ ବିଜେପି ସାଂସଦ ଲକେଟ୍ ଚାଟାର୍ଜୀଙ୍କ ନେତୃତ୍ୱରେ ସନ୍ଦେଶଖାଲି ଯାଉଥିବା ପ୍ରତିନିଧି ଦଳକୁ ଅଧାରେ ଅଟକାଇ ଦିଆଯାଇଥିଲା। ଏହାପରେ ପୁଲିସ ଲକେଟ୍ ଚାଟାର୍ଜୀଙ୍କୁ ଗିରଫ କରିଥିଲା। ସେପଟେ ସନ୍ଦେଶଖାଲିରେ ଚାଲିଥିବା ବିବାଦ ମଧ୍ୟରେ ଜାତୀୟ ମାନବ ଅଧିକାର ଆୟୋଗର ଏକ ଟିମ୍ ଶୁକ୍ରବାର ଦିନ ସେଠାରେ ପହଞ୍ଚିଥିଲା। ମହିଳାମାନେ ଆଣିଥିବା ଯୌନ ଉତ୍ପୀଡନ ଅଭିଯୋଗ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲା ଟିମ୍‌।

ଶୁକବ୍ରାର ସନ୍ଦେଶଖାଲିରେ ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଜୋରଦାର କରିଥିଲେ। ବିଭିନ୍ନ ସ୍ଥାନରେ ନିଆଁ ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ସେଠାରେ ସ୍ଥିତି ଅଶାନ୍ତ ହୋଇ ଉଠିଥିଲା। କେବଳ ସେତିକି ନୁହେଁ ବିକ୍ଷୋଭକାରୀମାନେ ଟିଏମ୍‌ସି ନେତାଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ