Masthead

ସରକାରୀ ଯୋଜନା କାହା ପାଇଁ, ଜୀବନ ହାରିଲେ ଛାତ୍ର

 

ଭବାନୀପାଟଣା (ବଡ଼ ଖବର ବ୍ୟୁରୋ ): କଳାହାଣ୍ଡିର ଚର୍ଚ୍ଚିତ ଦାନ ମାଝି ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଦାରିଦ୍ର୍ୟ ର କରୁଣ ପରିଣତି ଦେଖିବାକୁ ମିଳିଛି କଳାହାଣ୍ଡିର ଦୁର୍ଗମ କେଳୁଆ ଗାଁରେ । ବାପା କଲେଜ ଫି ଦାଖଲ ନକରିପାରିବାରରୁ ବିଷ ପିଇ ଆତ୍ମହତ୍ୟା କଲେ ପୁଅ ସଞ୍ଜୟ ମାଝୀ ।  ସଞ୍ଜୟ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ।  ଆଶା କରିଥିଲେ  କଲେଜ ପଢ଼ିବେ।  କଲେଜରେ ନାମ ଲେଖାଇବାକୁ ବାପାଙ୍କୁ କହିଥିଲେ ।  ଦାରିଦ୍ର୍ୟ ସହ ଜୁଝୁଥିବା ଗରିବ ବାପା ପଢେଇବା କୁ ଅସମର୍ଥ ହୋଇଥିଲେ । ବାଧକ ଥିଲା ଟଙ୍କା । ପାଠପଢି ନପାରିବାର ଦୁଃଖ ନିରାଶ କରିଥିଲା ସଂଜୟ କୁ । ଶେଷରେ ମୃତ୍ୟୁ କୁ ଆପଣେଇ ଥିଲା ସଞ୍ଜୟ,  କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରତର ଅବସ୍ଥାରେ ପରିବାର ଲୋକେ ସଞ୍ଜୟଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ସଞ୍ଜୟଙ୍କର ମୃତ୍ୟୁ ହୋଇଛି ବୋଲି ବାପା ଶ୍ୟାମ ମଝି ସୂଚନା ଦେଇଛନ୍ତି ।

ରାଜ୍ୟ ସରକାର ଗରିବଙ୍କ ସହାୟତା ପାଇଁ ମାଳ ମାଳ ଯୋଜନା ର ଡିଣ୍ଡିମ ପିଟୁଥିବା ବେଳେ ଯୋଜନା କିନ୍ତୁ ଅପହଞ୍ଚ ପ୍ରକୃତ ହିତାଧିକାରୀଙ୍କ ପାଖରେ । କେଳୁଅ ଗାଁର ସଞ୍ଜୟ ଏହାର ଏକ ଉଦାହରଣ ମାତ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ