Masthead

୨୦୨୪, ବିଶ୍ୱର ୪୦ ଦେଶରେ ହେବ ସାଧାରଣ ନିର୍ବାଚନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବଦଳିଲା କ୍ୟାଲେଣ୍ଡର । ସମୟର ଟିକଟିକ୍ ଶବ୍ଦ ସହ ମେଳାଣି ନେଇଛି ବର୍ଷ ୨୦୨୩। କାନ୍ଥରୁ ବଦଳିଯାଇଛି କ୍ୟାଲେଣ୍ଡରର ପୃଷ୍ଠା। ନୂଆ ଉତ୍ସାହ, ନୂଆ ସମ୍ଭାବନା ନେଇ ଆସିଛି ବର୍ଷ ୨୦୨୪ । ଶୀତ ରାତି ଆଉ ଶୀତଳ ପରିବେଶରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି କୋଟି କୋଟି ବିଶ୍ୱବାସୀ । ତେବେ ବିଶ୍ୱରେ ରାଜନୈତିକ ଦୃଷ୍ଟିରୁ ୨୦୨୪ ଏକ ଅସାଧାରଣ ବର୍ଷ ଭାବେ ଇତିହାସରେ ଲିପିବଦ୍ଧ ହେବାକୁ ଯାଉଛି । କାରଣ ଏହି ବର୍ଷ ବିଶ୍ୱରେ ୪୦ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏଥିମଧ୍ୟରେ ଭାରତ, ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ , ବ୍ରିଟେନ, ବାଂଲାଦେଶ, ପାକିସ୍ତାନ, ମେକ୍ସିକୋ, ଦକ୍ଷିଣ ଆଫ୍ରିକା ଭଳି ପ୍ରମୁଖ ରାଷ୍ଟ୍ର ଅନ୍ତର୍ଭୁକ୍ତ ରହିଛି । ବିଶ୍ୱ ଜନସଂଖ୍ୟାର ପ୍ରାୟ ୪୧ ଶତାଂଶ ଲୋକ ରାଷ୍ଟ୍ରନେତାଙ୍କୁ ନିର୍ବାଚନ କରିବେ ।

ଭାରତରେ (ବିଜେପି) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଓ ବିରୋଧୀ ‘ଇଣ୍ଡିଆ’ ମହାମେଣ୍ଟ ମଧ୍ୟରେ ଲଢ଼େଇ ହେବ। ଏଥର ବିଜେପିକୁ ହରାଇବାକୁ ବିରୋଧୀ ‘କର ବା ମର’ ସ୍ଥିତିରେ ରହିବେ। ବର୍ତ୍ତମାନଠାରୁ ଏଥିପାଇଁ ଉଭୟ ପକ୍ଷ କରିସାରିଛନ୍ତି । ସଜବାଜ ନିକଟରେ ଅନୁଷ୍ଠିତ ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟରୁ ତିନିଟି ରାଜ୍ୟରେ ବିଜୟ ହାସଲ କରି ବିଜେପି ଉତ୍ସାହିତ ହୋଇପଡ଼ିଛି। ୨୦୨୪ରେ ସାତଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହା ମଧ୍ୟରେ ଅଛନ୍ତି ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକ୍କିମ, ଜାମୁକାଶ୍ମୀର, ହରିୟାଣା, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ।

ସେପଟେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍‌ ଦ୍ଵିତୀୟ ପାଳି ପାଇଁ ନିର୍ବାଚନରେ ଅବତୀର୍ଣ୍ଣ ହେବାକୁ ଥିବାବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଓ ଭାରତଜନ୍ମିତ ବ୍ୟବସାୟୀ ବିବେକ ରାମସ୍ଵାମୀଙ୍କ ମଧ୍ୟରୁ ଜଣଙ୍କୁ ରିପବ୍ଲିକାନ ପାର୍ଟି ମଇଦାନରେ ଉତାରିପାରେ । ରିପବ୍ଲିକାନ ପାର୍ଟି ମଧ୍ୟରେ ବର୍ତ୍ତମାନ ତୀବ୍ର ଅନ୍ତଦ୍ୱର୍ନ୍ଦ ରହିଥିବାରୁ ଡେମୋକ୍ରାଟିକ ପାଇଁ ଏହି ନିର୍ବାଚନ ସହଜ ହୋଇପାରେ ବୋଲି ମତ ପ୍ରକାଶ ପାଇଛି ।

ସେହିଭଳି କୋଭିଡ଼-ଗେଟ୍’ ଅଭିଯୋଗ ପରେ ପ୍ରଧାନମନ୍ତ୍ରୀ ପଦରୁ ବୋରିସ୍ ଜନସନ ଇସ୍ତଫା ଦେଇଥିଲେ ଏବଂ ଅଳ୍ପ ଦିନ ପାଇଁ ଦେବାପରେ ଭାରତୀୟ ଲିଜ୍‌ ଟ୍ରସ୍ ଏହି ଦାୟିତ୍ବ ନେଇଥିଲେ । ସେ ଇସ୍ତଫା ଦେବା ପରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଏହି ସର୍ବୋଚ୍ଚ ପଦ ପାଇଁ ମନୋନୀତ ହୋଇ ଇତିହାସ ରଚି ଥିଲେ। ତେବେ ଋଷିଙ୍କ ପାଇଁ ବ୍ରିଟେନବାସୀଙ୍କ ମନରେ ବୀତସ୍ପୃହ ଭାବ ବଢ଼ିଚାଲିଥିବା ଗଣମାଧ୍ୟମରେ ପ୍ରକାଶ । ତେଣୁ ୨୦୨୪ ନିର୍ବାଚନରେ କିଏ ଏହି ଶୀର୍ଷପଦ ପ୍ରାପ୍ତ ହେଉଛି, ତାହାକୁ ଅପେକ୍ଷା ।

ଅନ୍ୟପଟେ ବିନା ବିରୋଧୀ ଦଳରେ ବର୍ତ୍ତମାନର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଷଷ୍ଠଥର ରାଷ୍ଟ୍ରପତିତ୍ବ ପାଇଁ ପ୍ରାର୍ଥୀ ହେବେ । ତେବେ ରୁଷୀୟଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନ‌ଥିବାରୁ ପୁଟିନ ପୁନର୍ବାର ରାଷ୍ଟ୍ରପତି ହେବା ପ୍ରାୟ ନିଶ୍ଚିତ। ସାଧାରଣ ନିର୍ବାଚନ ବାଂଲାଦେଶ ୭ ଜାନୁଆରୀରେ ବାଂଲାଦେଶରେ ହେବାକୁ ଯାଉଛି । ପ୍ରମୁଖ ବିରୋଧୀ ଦଳଗୁଡ଼ିକ ଏହି ସାଧାରଣ ନିର୍ବାଚନକୁ ବିରୋଧ କରୁଛନ୍ତି। ଶେଖ୍ ହସିନା ନେତୃତ୍ବାଧୀନ ସରକାର ଦ୍ଵାରା ବିରୋଧୀ ଦଳ ନେତାଙ୍କର ଗଣଗିରଫଦାରି ଆନ୍ତର୍ଜାତିକ ମହଲର ଦୃଷ୍ଟି ଆକର୍ଷଣ କରିଛି।

ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ କରାଯିବା ପାଇଁ ଘୋଷଣା କରାଯାଇଛି। ତୋଷାଖାନା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଗାଦିରୁ ହଟାଇ କାରାବଦ୍ଧ କରାଯାଇଛି । ସେ ଏହି ନିର୍ବାଚନ ଲଢ଼ିବାପାଇଁ ଘୋଷଣା କରିସାରିଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ନେତୃତ୍ବରେ ପିଏମ୍ସ୍ଏଲ୍-ଏନ୍ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ୍ ଭୁଟୋ ଜର୍ଦାରିଙ୍କ ନେତୃତ୍ୱରେ ପାକିସ୍ତାନ ପିପୁଲ୍ସ ପାର୍ଟି ନିର୍ବାଚନରେ ଅବତୀର୍ଣ୍ଣ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!