Masthead

ନୂଆବର୍ଷରେ ନୂଆ ନିୟମ..ଜାଣନ୍ତୁ କେଉଁ ନିୟମରେ ହୋଇଛି ପରିବର୍ତ୍ତନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ତାରିଖ ବଦଳିଛି କ୍ୟାଲେଣ୍ଡର ବଦଳିଛି, ବର୍ଷ ବି ବଦଳିଯାଇଛି । ବଦଳିଯାଇଛି ୨୦୨୩ । ଏବେଠୁ ନୂଆବର୍ଷ । ଆଜିଠୁ ଆମେ ୨୦୨୪ର ଲୋକ । ନୂଆ ବର୍ଷରୁ ଲାଗୁ ହୋଇଛି ଅନେକ ନୂଆ ନିୟମ । ସୁକନ୍ୟା ଯୋଜନାର ସୁଧହାର ଠାରୁ ଆରମ୍ଭ କରି ନୂଆ ସିମ୍ କିଣିବା ପାଇଁ ନିୟମରେ ପରିବର୍ତ୍ତନ ହୋଇଛି । ତେବେ ଜାଣନ୍ତୁ କ’ଣ ରହିଛି ନୂଆ ବର୍ଷ ପାଇଁ ନୂଆ ନିୟମ ।

ସୁକନ୍ୟା ଯୋଜନାରେ ୮ ପ୍ରତିଶତ ବଦଳରେ ୮.୨ ପ୍ରତିଶତ ସୁଧ । ତିନି ବର୍ଷିଆ ମିଆଦି ଜମାରେ ୭.୧୦ ପ୍ରତିଶତ ସୁଧ ମିଳିବ । ମାରୁତି, ଟାଟାଠାରୁ ଆରମ୍ଭ କରି ଅଡି ଓ ମର୍ସିଡିଜ୍ ବେଞ୍ଜ କାରର ଦର ବଢିବାର ସମ୍ଭାବନା ରହିଛି । ଜାନୁଆରୀରେ କାର ଦାମ ବଢିବା ନେଇ ଘୋଷଣା କରିଛନ୍ତି କାର କମ୍ପାନୀ । ବର୍ଷେରୁ ଅଧିକ ସମୟ ନିଷ୍କ୍ରିୟ ଥିବା ୟୁପିଆଇ ଆଇଡିକୁ ଅଚଳ କରାଯିବ । ଏହା ଦ୍ୱାରା ସେଗୁଡ଼ିକୁ କେହି ଅପବ୍ୟବହାର କରିପାରିବେ ନାହିଁ ।

ଖାଲି ସେତିକି ନୁହେଁ ସ୍ୱାସ୍ଥ୍ୟ ବୀମା ପଲିସି ନେଇ ମଧ୍ୟ ପରିବର୍ତ୍ତନ କରାଯାଇଛି । ଲୋକେ ବୁଝିବା ଭଳି ସରଳ ଭାଷାରେ କମ୍ପାନୀ ଉପସ୍ଥାପନ କରିବେ ସ୍ୱାସ୍ଥ୍ୟ ବିମା ପଲିସି । ସେହିଭଳି ମୋବାଇଲ୍ ସିମ୍ କିଣିବା ବେଳେ କାଗଜପତ୍ର ଦେବାକୁ ପଡ଼ିବ ନାହିଁ । କେବଳ ଡିଜିଟାଲ କେୱାସି ଜରିଆରେ ହିଁ ସିମ୍ କିଣିହେ । ବ୍ୟାଙ୍କ ଲକର୍ର ନୂଆ ନିୟମ ଲାଗୁ କରାଯିବ । ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଲକର ନିୟମ ପାଳନ କରିନଥିଲେ ଅସୁବିଧାରେ ପଡିବୋ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା