Masthead

ପାଣିରେ ବୁଡ଼ି ଚାଲିଗଲା ୪ ଜୀବନ

ଯାଜପୁର/ ମାଲକାନଗିରି (ବଡ଼ ଖବର ବ୍ୟୁରୋ ): ଖରସ୍ରୋତା ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଚାଲିଗଲା ଦୁଇ ଭାଇଙ୍କ ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ସଦର ଥାନା ଅନ୍ତର୍ଗତ ବେରୁଦା ପଞ୍ଚାୟତର ଚିନ୍ତାପଲେଇ ଗ୍ରାମରେ। ମୃତ ଦୁଇ ଭାଇ ହେଲେ କାହ୍ନୁ ଚରଣ ଚନ୍ଦଙ୍କ ବଡ଼ ପୁଅ ଦୀନବନ୍ଧୁ ଚନ୍ଦ(୧୭) ଓ ସାନ ପୁଅ ଦିବାକର ଚନ୍ଦ(୧୫) ।

ଅନ୍ୟପଟେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲାକୋଟା ପଞ୍ଚାୟତର ସି-କଲୋନୀ ଠାରେ ଆଜି ଦୁଃଖଦ ଘଟଣା ଘଟିଯାଇଛି। ଉକ୍ତ କଲୋନୀର କୁନି କୁନି ପିଲାମାନେ ନିକଟସ୍ଥ ବନ୍ଧକୁ ଗାଧୋଇବାକୁ ଯାଇଥିଲେ। ସବୁ ପିଲାମାନେ ଗାଧୋଉଥିବା ବେଳେ ହଠାତ ଗଭୀର ପାଣି ମଧ୍ୟକୁ ୨ ଶିଶୁ ଚାଲିଯାଇଥିଲେ। ପାଣିରେ ଦୁଇ ଶିଶୁ ବୁଡିଯିବା ଦେଖି ସେଠାରେ ଥିବା ଅନ୍ୟ ପିଲାମାନେ ଗାଁ ଲୋକଙ୍କୁ ଡାକିଥିଲେ। ଗ୍ରାମବାସୀ ପାଣି ମଧ୍ୟକୁ ଯାଇ ୨ ଶିଶୁ କୁ ଉଦ୍ଧାର କରି ଅଟୋ ଯୋଗେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ। ଡାକ୍ତର ସେଠାରେ ୨ ଶିଶୁ ଙ୍କୁ ମୃତ ଘୋଷଣା କରିଥିଲେ। ମୃତ ୨ ଶିଶୁ ହେଲେ ସି-କଲୋନୀ ର ଧାନୁ ଗୋଲରୀଙ୍କ ୭ ବର୍ଷର ଝିଅ ରଞ୍ଜିତା ଗୋଲରୀ ଏବଂ ଅନ୍ୟ ଶିଶୁଟି ଗୋପୀ ଖରାଙ୍କ ୮ ବର୍ଷର ପୁଅ ମେଘ ଖରା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା