Masthead

ଜାପାନରେ ଶକ୍ତିଶାଳୀ ଭୂମିକଂପରେ ୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାପାନରେ ଶକ୍ତିଶାଳୀ ଭୂମିକଂପରେ ୬ ଜଣଙ୍କ ମୃତ୍ୟୁ । ଅନେକ କୋଠା ଭୁଶୁଡ଼ିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା । ଗତକାଲି ୭.୬ ତୀବ୍ରତାର ଭୂକଂପ ଝଟ୍‌କା ଅନୁଭୂତ ହୋଇଥିଲା । ଶକ୍ତିଶାଳୀ ଭୂଂକପ ଝଟ୍‌କା ପରେ ସୁନାମୀ ୱାର୍ଣ୍ଣିଂ ଜାରି ହୋଇଥିଲା । ସୋମବାର ଜାପାନରେ ୯୦ ମିନିଟ୍ରେ ୨୧ ଥର ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ସର୍ବାଧିକ ତୀବ୍ରତା ୭.୪୬ ରେକର୍ଡ ହୋଇଥିଲା । ସୋସିଆଲ ମିଡିଆରେ ସୁନାମୀର କିଛି ଭିଡିଓ ଭାଇରାଲ ହେଉଛି ।

ତେବେ ଭୂକମ୍ପରେ କେତେ କ୍ଷୟ କ୍ଷତି ହୋଇଛି ତା’ର ସ୍ପଷ୍ଟ ସୂଚନା ମିଳିନି । ବିଭିନ୍ନ ସ୍ଥାନରେ ରାସ୍ତା ଫାଟିଥିବା ଦେଖାଯାଇଛି । ଏପରିକି କିଛି ସ୍ଥାନରେ କୋଠାବାଡି ଭାଙ୍ଗିବାର ଚିତ୍ର ବି ସାମ୍ନାକୁ ଆସିଛି । ଭୂମିକମ୍ପ ପରେ ଜାପାନରେ ସୁନାମିର ଆଶଙ୍କା ରହିଥିବା ସୂଚନା ଦେଇଥିଲା ଜାପାନ ପାଣିପାଗ ବିଭାଗ । ଏନେଇ ସତର୍କ ସୂଚନା ଜାରି କରିଥିଲା ଜାପାନ ପାଣିପାଗ ବିଭାଗ । ବିଶେଷ କରି ଉପକୂଳ ଅଂଚଳ ଇଶିକାୱା, ନିଗାଟା ଓ ଟୋୟାମା ଅଂଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଲୋକଙ୍କୁ ପାଖରେ ଥିବା ନିକଟସ୍ଥ ଉଚ୍ଚ ସ୍ଥାନ ଅବା ବିଲଡିଂକୁ ପଳାଇଯିବାକୁ ନର୍ଦ୍ଦେଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ