Before Header

୩୮ ଡିଗ୍ରୀ ଉପରେ ୫ ସହର

0 11

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଚଣ୍ଡ ଖରାରେ କଲବଲ ହେଉଛି ଓଡ଼ିଶା । ସ୍ୱାଭାବିକଠାରୁ ଅଧିକ ରହୁଛି ପାରଦ । ଗତକାଲି ରାଜ୍ୟର ୫ ସହରର ତାପମାତ୍ରା ୩୮ ଡିଗ୍ରୀ ପାର କରିଥିବାବେଳ ୩୮ ଦଶମିକ ୮ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ହୋଇଥିଲା ତାଳଚେର । ପରେ ରହିଥିଲା ରାଜଧାନୀ ଭୁବନେଶ୍ୱର । ରାଜଧାନୀର ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଦଶମିକ ୪ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି ଅନୁଗୁଳରେ ୩୮ ଦଶମିକ ୧, ଝାରସୁଗୁଡ଼ା ଓ ଭଦ୍ରକରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏବେ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହୁଥିବା ବେଳେ ବାୟୁମଣ୍ଡଳର ଆଦ୍ରତା କମ୍ ରହିଛି । ଫଳରେ ରାଜ୍ୟର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହୁଛି । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

Leave A Reply

Your email address will not be published.