Masthead

ସବୁଭକ୍ତ ଲିଙ୍ଗରାଜ ମନ୍ଦିରରେ ଦୀପ ଜାଳିପାରିବେ 

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତାକାଲି ଶିବରାତ୍ରି । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ଏହି ପରମ୍ପରାର ଆୟୋଜନ କରାଯାଇଛି । ମାକ୍ସ, ସାମାଜିକ ଦୂରତାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଶିବ ଭକ୍ତଙ୍କ ପାଇଁ ଭଲ ଖବର । ଭୁବନେଶ୍ୱରର ଲିଙ୍ଗରାଜ ଶୈବପୀଠରେ ଜାଗରରେ ଭକ୍ତ ଜାଳିପାରିବେ ଦୀପ । କୋଭିଡ୍ ଗାଇଲାଇନ୍ ମାନି ମନ୍ଦିର ବେଢ଼ା ଭିତରେ ଦୀପ ଜାଳିପାରିବେ ଭକ୍ତ । ଏନେଇ ସୂଚନା ଦେଇଛନ୍ତି, ଖୋର୍ଦ୍ଧା ଜିଲ୍ଲାପାଳ ସନତ୍ କୁମାର ମହାନ୍ତି ।

ପୂର୍ବରୁ ମନ୍ଦିର ଭିତରେ ପରମ୍ପରା ଅନୁଯାୟୀ କେବଳ ସେବାୟତ ପରିବାର ଦୀପ ଜାଳିବେ ବୋଲି କହିଥିଲା ବିଏମସି । କେବଳ ଏତିକି ନୁହେଁ, ଦୀର୍ଘ ବର୍ଷ ହେଲା ନିୟମ ଭଙ୍ଗା ଯାଉଥିବା ବେଳେ ଏବର୍ଷ ହେବ କପିଳନାଥ ଓ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା । ତେବେ କରୋନା ସଂକ୍ରମଣକୁ ଧ୍ୟାନ ଦେଇ ଅନେକ ବଡ଼ ବଡ଼ ମନ୍ଦିରରେ ଜାଗର ମେଳା ବନ୍ଦ କରାଯାଇଛି। ଏସଆରସିଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ଏସ୍ଓପି ଅନୁସାରେ ଜାଗର ଦିନ ମନ୍ଦିର ଭିତରେ ଓ ବାହାରେ ଗହଳି ହେବ ନାହିଁ କି ମେଳା ବିସବ ନାହିଁ । କୋଭିଡ କଟକଣାରେ ମହାଶିବରାତ୍ରି ପାଳନ କରିବାକୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୟାବହ ଅଗ୍ନିକାଣ୍ଡ, ୯ ମୃତ 🔴 ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ 🔴 ଫେରି ପାଇଲେ ୫୪ଟି ହଜିଯାଇଥିବା ଦାମୀ ଫୋନ୍ 🔴 ବନ୍ୟା ବିପନ୍ନଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା 🔴 ନୌସେନା ଯବାନଙ୍କ ପରିବାରକୁ ଶେଷ ବିଦାୟ,ଏକାଠି ଜଳିଲା ୪ ଜଣଙ୍କ ଜୁଇ 🔴 ପାଚେରୀ ଡେଇଁ ହଷ୍ଟେଲରୁ ୬ ଅନ୍ତେବାସୀ ଫେରାର 🔴 ବନ୍ୟା ଘେରରେ ୩୦ରୁ ଅଧିକ ପରିବାର 🔴 ୩ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି 🔴 ଆଜି ବି ପ୍ରବଳ ବର୍ଷିବ; ୨ ଜିଲ୍ଲାକୁ ରେର୍ଡ, ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ଭୟାବହ ଅଗ୍ନିକାଣ୍ଡ, ୯ ମୃତ 🔴 ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ 🔴 ଫେରି ପାଇଲେ ୫୪ଟି ହଜିଯାଇଥିବା ଦାମୀ ଫୋନ୍ 🔴 ବନ୍ୟା ବିପନ୍ନଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା 🔴 ନୌସେନା ଯବାନଙ୍କ ପରିବାରକୁ ଶେଷ ବିଦାୟ,ଏକାଠି ଜଳିଲା ୪ ଜଣଙ୍କ ଜୁଇ 🔴 ପାଚେରୀ ଡେଇଁ ହଷ୍ଟେଲରୁ ୬ ଅନ୍ତେବାସୀ ଫେରାର 🔴 ବନ୍ୟା ଘେରରେ ୩୦ରୁ ଅଧିକ ପରିବାର 🔴 ୩ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି 🔴 ଆଜି ବି ପ୍ରବଳ ବର୍ଷିବ; ୨ ଜିଲ୍ଲାକୁ ରେର୍ଡ, ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍