Masthead

ଶ୍ରୀନଗରରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିପାତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶ୍ରୀନଗରରେ ଏନକାଉଣ୍ଟର ଜଣେ ଆତଙ୍କୀ ନିପାତ । ଜମ୍ମୁକାଶ୍ମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି ସୁରକ୍ଷାକର୍ମୀ । ୩ଲସ୍କର ଆତଙ୍କବାଦୀ ଲୁଚି ରହିଥିବା ସନେ୍ଦହ । ୨ ଜଣଙ୍କୁ ଅଟକ ରଖାଯାଇଥିବା ମଧ୍ୟ ସୂଚନା । ଜମ୍ମୁ-କାଶ୍ମୀରରେ ସକାଳୁ ସକାଳୁ ଗର୍ଜୁଛି ଗୁଳି, ଆରମ୍ଭ ହୋଇଛି ଏନକାଉଣ୍ଟର । ଆତଙ୍କୀ ଓ ସେନା ମଧ୍ୟରେ ଏନକାଉଣ୍ଟର ସହ ପୂରା ଅଞ୍ଚଳକୁ ଘେରିଛି ସେନା । ସୋପିଆନରେ ପାଖାପାଖି ୪ରୁ ୫ଜଣ ଆତଙ୍କୀ ଲୁଚି ରହିଥିବା ସୂଚନା ମିଳିବା ପରେ ଏଠାରେ ସର୍ଚ୍ଚ ଅପରେସନ୍ ଚଳାଇଛି ସେନା ।

ସେନାର ଗୁଳିରେ ଜଣେ ଆତଙ୍କୀର ଜୀବନ ଯାଇଥିବା ଜଣାପଡିଛି। ସୀମାରେ ଯୁଦ୍ଧ ବିରତି ଘୋଷଣା ପରେ ମୋଦୀ ’ଅପରେସନ୍ ସିନ୍ଦୂର’ ବାବଦରେ ସାରା ଦେଶକୁ ତଥ୍ୟ ଦେବା ସହ ସେନାର ପରାକ୍ରମ ନେଇ ପ୍ରଶଂସା କରିଥିଲେ । ଆତଙ୍କୀ ଓ ଆତଙ୍କବାଦୀ ସଙ୍ଗଠନକୁ ଚେତାବନୀ ଦେଇଥିଲେ। ଏତେ ସତ୍ତ୍ବେ ପାକିସ୍ତାନ ଭାରତ ସୀମା ଭିତରକୁ ଡ୍ରୋନ ପଠାଇଥିଲା । ଏପଟେ ଆଜି ବି ଜମ୍ମୁ-କାଶ୍ମୀର ସୋପିଆନରେ ଜାରି ରହିଛି ସର୍ଚ୍ଚ ଅପରେସନ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା