ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିପଦ ସଙ୍କେତ ଉପରେ ଋଷିକୂଲ୍ୟା । ଗଞ୍ଜାମରେ ଜଳବନ୍ଦୀ ଏକାଧିକ ଗାଁ । ଋଷିକୂଲ୍ୟା ଓ ନନ୍ଦିନୀରେ ବଢ଼ୁଛି ଜଳସ୍ତର । ଆସିକାରୁ ବ୍ରହ୍ମପୁର ଓ ସୋରଡ଼ା ଯାତାୟାତ ବାଧାପ୍ରାପ୍ତ । ପୁରୁଷୋତ୍ତମପୁରରେ ବିପଦ ସଙ୍କେତ ଟପିଲା ଋଷିକୂଲ୍ୟା । ସେପଟେ ରାଜୀବ ଭବନରେ ମୁଖ୍ୟ ଶାସନ ସଚିବଙ୍କ ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ସ୍ଥିତିର ସମୀକ୍ଷା ବୈଠକ କରିଛନ୍ତି । ସମୀକ୍ଷା ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
ଗଞ୍ଜାମ ଜିଲ୍ଲାରେ ୧୨୦ ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ ବୋଲି କହିଛନ୍ତି । ୪ ସ୍ଥାନରେ ୧୨୦ ପ୍ରଭାବିତଙ୍କୁ ଏୟାରଲିଫ୍ଟ କରାଯିବ । ଏୟାରଲିଫ୍ଟ ପାଇଁ ଗୃହ ମନ୍ତ୍ରାଳୟ ସହ କଥା ହୋଇଛୁ । କୋଷ୍ଟଗାର୍ଡ ହେଲିକପ୍ଟରରେ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଗଞ୍ଜାମ ଓ ଗଜପତି, ଗଞ୍ଜାମରେ ଅଧିକ ବର୍ଷା ହୋଇଛି । ଶ୍ରୀକାକୁଲମରେ ରେଲୱେ ବ୍ରିଜରେ ପାଣି, ଫଳରେ ଟ୍ରେନ ଅଟକିଛି । ରେଲୱେ ସହ ଯୋଗାଯୋଗରେ ଅଛୁ, ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କଥା ହେଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ବାତ୍ୟା ‘ଅର୍ଣ୍ଣବ’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶା ସହ ଆନ୍ଧ୍ର, ପୁଡୁଚେରୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ବି କଥା ହୋଇଛନ୍ତି । ବାତ୍ୟା ମୁକାବିଲା ପାଇଁ NDRF ଓ SDRF ଟିମ୍ ଗୁଡ଼ିକ ସକ୍ରିୟ ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି । ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । କ୍ଷୟକ୍ଷତିର ଆକଳନ ପାଇଁ ଖୁବ୍ ଶୀଘ୍ର କେନ୍ଦ୍ରୀୟ ଟିମ୍ ପଠାଯିବ ବୋଲି ଶାହ କହିଛନ୍ତି ।