Masthead

ଆହୁରି ବଢ଼ିବ ଗରମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ରାଜ୍ୟରେ ଗରମ ପ୍ରକୋପ ଆହୁରି ବଢ଼ିବ । ଆସନ୍ତା ୨ ଦିନ ପରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ବର୍ତ୍ତମାନ ଗରମ ଓ ଗୁଳୁଗୁଳି ବଢ଼ିଛି । ରାଜ୍ୟର ୯ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା । ହୀରାକୁଦ ୪୧.୫, ଝାରସୁଗୁଡ଼ା ୪୧.୪, ସମ୍ବଲପୁର ୪୧.୪, ଭବାନୀପାଟଣା ୪୧, ଅନୁଗୁଳ ୪୧.୧, ତାଳଚେର ୪୦.୨, ଟିଟିଲାଗଡ଼ ୪୦.୨, ସୋନପୁର ୪୦.୩, ନୟାଗଡ଼ ୪୦ ଡିଗ୍ରୀ ତାତିରେ ସିଝିଥିଲା । ଉପକୂଳ ଓଡ଼ିଶାରେ ତାପମାତ୍ରା ୩୭-୩୮ ଡିଗ୍ରୀ ଛୁଇଁଥିଲା । ବାଲେଶ୍ୱର ୩୮, ଚାନ୍ଦବାଲି ୩୮.୮, ଭୁବନେଶ୍ୱର ୩୭.୮ ଡିଗ୍ରୀ ତାତି ସାଙ୍ଗକୁ ଭୀଷଣ ଗୁଳୁଗୁଳି ଅନୁଭୂତ ହୋଇଥିଲା ।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ଶନିବାର ଆଣ୍ଡାମାନ ଛୁଇଁଛି ମୌସୁମୀ । ଦକ୍ଷିଣ ପୂର୍ବ ଆରବସାଗର ଓ ଦକ୍ଷିଣ ପୂର୍ବ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର କିଛି ଅଂଶ ସହ ଆଣ୍ଡାମାନ ସାଗରର ଅନେକ ଅଂଶ, ଆଣ୍ଡାମାନ ଦ୍ୱୀପର କିଛି ଅଂଶ ଏବଂ ନିକୋବରକୁ ସମ୍ପୂର୍ଣ୍ଣ ଭାବେ ସ୍ପର୍ଶ କରିଛି ମୌସୁମୀ । ଆଗକୁ ବଢ଼ିବା ପାଇଁ ପାଗ ଅନୁକୂଳ ରହିଛି । ୨୬ ତାରିଖବେଳକୁ ଏହା କେରଳ ଉପକୂଳ ଛୁଇଁପାରେ । ରାଜ୍ୟର ବିଭିନ୍ନ ସ୍ଥାନରେ ୨୧ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା, ଘଡ଼ଘଡ଼ି ସହ ପବନ ଆଶଙ୍କା ନେଇ ସତର୍କ ସୂଚନା ଜାରି କରାଯାଇଛି । ରବିବାର ଉତ୍ତର ଉପକୂଳ ସହ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ । ପବନ ବେଗ ୪୦ରୁ ୫୦ କିଲୋମିଟର ରହିପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସଆଇ ପରୀକ୍ଷାର୍ଥୀଙ୍କ ପାଇଁ ଏକ ବଡ ସୂଚନା 🔴 ଗ୍ୟାସ୍ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିକର ଖବର 🔴 ଇଂଲଣ୍ଡ ବିପକ୍ଷ ଟି୨୦, ବୈଭବଙ୍କ ଉପରେ ନଜର 🔴 ଧୀରଜ ସେଠ ହେଲେ ସ୍ଥଳ ସେନାମୁଖ୍ୟ 🔴 ଥାର୍ ପରେ ଗନ କେଳେଙ୍କାରୀ, ସିଏଜି ଧରିଲେ ଦୁର୍ନୀତି 🔴 ମୋଦୀ ଡ଼କାଇଲେ ବୈଠକ ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼ 🔴 ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ 🔴 ବର୍ଷାରେ ଭିଜିଲା ଟ୍ୱିନ୍ ସିଟି 🔴 ବର୍ତ୍ତମାନ ସିବିଏସଇ ଛାତ୍ରଛାତ୍ରୀ ପଢିବେ ତିନୋଟି ଭାଷା 🔴 ୬୫ ବର୍ଷରେ ଫାଶୀ ଦଣ୍ଡ 🔴 ଏସଆଇ ପରୀକ୍ଷାର୍ଥୀଙ୍କ ପାଇଁ ଏକ ବଡ ସୂଚନା 🔴 ଗ୍ୟାସ୍ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିକର ଖବର 🔴 ଇଂଲଣ୍ଡ ବିପକ୍ଷ ଟି୨୦, ବୈଭବଙ୍କ ଉପରେ ନଜର 🔴 ଧୀରଜ ସେଠ ହେଲେ ସ୍ଥଳ ସେନାମୁଖ୍ୟ 🔴 ଥାର୍ ପରେ ଗନ କେଳେଙ୍କାରୀ, ସିଏଜି ଧରିଲେ ଦୁର୍ନୀତି 🔴 ମୋଦୀ ଡ଼କାଇଲେ ବୈଠକ ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼ 🔴 ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ 🔴 ବର୍ଷାରେ ଭିଜିଲା ଟ୍ୱିନ୍ ସିଟି 🔴 ବର୍ତ୍ତମାନ ସିବିଏସଇ ଛାତ୍ରଛାତ୍ରୀ ପଢିବେ ତିନୋଟି ଭାଷା 🔴 ୬୫ ବର୍ଷରେ ଫାଶୀ ଦଣ୍ଡ