Masthead

ବୁର୍ଲାରେ ଦୁର୍ଦ୍ଦାନ୍ତ ମନୀଷକୁ ଏନକାଉଣ୍ଟର

ସମ୍ବଲପୁର (ବଡ଼ ଖବର ବ୍ୟୁରୋ):  ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମନିଷ ସାହୁ ଆହତ । ବୁର୍ଲା ଥାନା ପ୍ଲାନେଟୋରିୟମ ଛକରେ ନିକଟରେ କରାଯାଇଛିଏନକାଉଣ୍ଟର । ଆହତ ମନିଷକୁ ଉଦ୍ଧାର କରାଯାଇ ସମ୍ବଲପୁର ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ସମ୍ବଲପୁର ବୁର୍ଲା ପ୍ଲାନେଟୋରିୟମ ଛକରେ ଗାଡି ଚେକିଂ କରୁଥିଲା ପୁଲିସ। ରାତି ଚେକିଂ ବେଳେ ଖସି ଯିବକୁ ଉଦ୍ୟମ କରିଥିଲା ଅପରାଧି ମନିଷ ସାହୁ। ଅଭିଯୁକ୍ତ ମନୀଷ ପ୍ରଥମେ ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା।

ଜବାବରେ ପୁଲିସ ପକ୍ଷରୁ ଦୁଇ ରାଉଣ୍ଡ ନିୟନ୍ତ୍ରିତ ଗୁଳିଚାଳନା କରାଯାଇଥିଲା। ଏଥିରେ ଅଭିଯୁକ୍ତଙ୍କ ଡାହାଣ ପାଦରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଏକାଧିକ ଥାନାରେ ମନୀଷ ନାଁରେ ପୂର୍ବରୁ ୧୪ରୁ ଅଧିକ ଅପରାଧିକ ମାମଲା ରହିଛି।  ଏହି ଘଟଣାରେ ମନୀଷର ତିନିଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଏମାନଙ୍କ ଠାରୁ ଗୋଟିଏ ପିସ୍ତଲ, ଗୁଳି, ଗୋଟିଏ କାର, ୫ଟି ମୋବାଇଲ ଫୋନ ଏବଂ ୧୦ଟି କାର୍ଟୁନ କୋରେକ୍ସ ଜବତ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସଆଇ ପରୀକ୍ଷାର୍ଥୀଙ୍କ ପାଇଁ ଏକ ବଡ ସୂଚନା 🔴 ଗ୍ୟାସ୍ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିକର ଖବର 🔴 ଇଂଲଣ୍ଡ ବିପକ୍ଷ ଟି୨୦, ବୈଭବଙ୍କ ଉପରେ ନଜର 🔴 ଧୀରଜ ସେଠ ହେଲେ ସ୍ଥଳ ସେନାମୁଖ୍ୟ 🔴 ଥାର୍ ପରେ ଗନ କେଳେଙ୍କାରୀ, ସିଏଜି ଧରିଲେ ଦୁର୍ନୀତି 🔴 ମୋଦୀ ଡ଼କାଇଲେ ବୈଠକ ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼ 🔴 ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ 🔴 ବର୍ଷାରେ ଭିଜିଲା ଟ୍ୱିନ୍ ସିଟି 🔴 ବର୍ତ୍ତମାନ ସିବିଏସଇ ଛାତ୍ରଛାତ୍ରୀ ପଢିବେ ତିନୋଟି ଭାଷା 🔴 ୬୫ ବର୍ଷରେ ଫାଶୀ ଦଣ୍ଡ 🔴 ଏସଆଇ ପରୀକ୍ଷାର୍ଥୀଙ୍କ ପାଇଁ ଏକ ବଡ ସୂଚନା 🔴 ଗ୍ୟାସ୍ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିକର ଖବର 🔴 ଇଂଲଣ୍ଡ ବିପକ୍ଷ ଟି୨୦, ବୈଭବଙ୍କ ଉପରେ ନଜର 🔴 ଧୀରଜ ସେଠ ହେଲେ ସ୍ଥଳ ସେନାମୁଖ୍ୟ 🔴 ଥାର୍ ପରେ ଗନ କେଳେଙ୍କାରୀ, ସିଏଜି ଧରିଲେ ଦୁର୍ନୀତି 🔴 ମୋଦୀ ଡ଼କାଇଲେ ବୈଠକ ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼ 🔴 ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ 🔴 ବର୍ଷାରେ ଭିଜିଲା ଟ୍ୱିନ୍ ସିଟି 🔴 ବର୍ତ୍ତମାନ ସିବିଏସଇ ଛାତ୍ରଛାତ୍ରୀ ପଢିବେ ତିନୋଟି ଭାଷା 🔴 ୬୫ ବର୍ଷରେ ଫାଶୀ ଦଣ୍ଡ