Masthead

ବାଲି ମାଫିଆଙ୍କ ଘରେ ରେଡ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲାରେ ସକ୍ରିୟ ଥିବା ବେଆଇନ ବାଲି ମାଫିଆଙ୍କ ବିରୋଧରେ ପୁଲିସ ପ୍ରଶାସନ ପକ୍ଷରୁ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କେନ୍ଦୁଝର ପୁଲିସର ସ୍ପେସାଲ୍ ସ୍କ୍ୱାର୍ଡ ପକ୍ଷରୁ ବିଭିନ୍ନ ସ୍ଥାନରେ ଏକକାଳୀନ ମେଗା ରେଡ୍ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ଆନନ୍ଦପୁର, ଘଷିପୁରା, ହାଟଡିହି ଏବଂ ଘଟଗାଁ ଅଞ୍ଚଳର ପ୍ରାୟ ୧୨ଟି ସ୍ଥାନରେ ପୁଲିସ ବାଲି ମାଫିଆଙ୍କ ଆଡ୍ଡା ଓ ବାସଭବନ ଉପରେ ଚଢ଼ାଉ କରିଛି । ସକାଳ ୫ଟାରୁ ଜାରି ରହିଛି ରେଡ୍ ।

ଚୋରା ବାଲି ଚାଲାଣ କରି କୋଟିପତି ହେଇଥିବା ଏହି ମାଫିଆ ମାନଙ୍କ ଘରେ ଚଢାଉ ସମୟରେ ୩୦ରୁ ଅଧିକ ଗାଡି ସହ ୨୫ ଲକ୍ଷରୁ ଅଧିକ ନଗଦ ଟଙ୍କା , ବ୍ୟାଙ୍କ ପାସ୍ ବୁକ୍, ବୀମା, ବାଲି ପରିବହନରେ ବ୍ୟବହୃତ ଫେକ୍ ଦସ୍ତାବିଜ୍ ସବୁ ଜବତ କରିଛି ପୋଲିସ୍ । ହାଟଡହି ବ୍ଲକ୍ ନନ୍ଦିପଦା ଥାନା ବଞ୍ଚୋ ଗାଁର ରତିକାନ୍ତ ରାଉତ, ଜଳକଳଙ୍ଗ ଗାଁ ସନ୍ତୋଷ ନାୟକ, ଏଲକଣିଆ ଗାଁର ଯୋଗେନ୍ଦ୍ର ବେହେରା, ଶାଳଣିଆଁ ଗାଁର ଗୁରୁବ୍ରତ ଖଣ୍ଡେଇଙ୍କ ଘରେ ରେଡ୍ ଚାଲିଥିବାବେଳେ ଆନନ୍ଦପୁର ଥାନାରେ ରାଜାପ୍ରଭୁ ଦାସ ଓ ଘଷିପୁରା ଥାନା ଅଧିନ ଧକୋଠା ଗାଁର ଅଜିତ୍ ପୃଷ୍ଟି , ସୁଦର ସାହୁ , ସାନ୍ତୁନୁ ନାୟକ ଘରେ ଚଢାଉ ଚାଲିଛି ।

ସେହିପରି ବୀରଗୋବିନ୍ଦପୁର ଗାଁ ର ସୈମ୍ୟ ରଞ୍ଜନ ମହାପାତ୍ର ଓ ଅମାରଙ୍ଗ ଗାଁ ର ସନ୍ତୋଷ ନାୟକଙ୍କ ଘରେ ଚଢାଉ ଜାରି ରହିଛି । ଏମାଙ୍କ ମଧ୍ୟରୁ ବଞ୍ଚୋଗାଁର ରତିକାନ୍ତ ରାଉତ ବର୍ତ୍ତମାନ ହାଟଡିହି ବ୍ଲକ୍ ଭାଇସ୍ ଚେୟାରମ୍ୟାନ୍ ଅଛନ୍ତି । ପୋଲିସ୍ ଚଢାଉ ଜାରି ରହିଥିବାବେଳେ ଆଗକୁ ଜଣା ପଡିବ ଆଉ କଣ କଣ ସବୁ ମାଫିଆମାନେ ଠୁଳକରି ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୭ ତାରିଖ ଯାଏ  ପ୍ରବଳ ବର୍ଷା ! 🔴 ଏସଆଇ ପରୀକ୍ଷାର୍ଥୀଙ୍କ ପାଇଁ ଏକ ବଡ ସୂଚନା 🔴 ଗ୍ୟାସ୍ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିକର ଖବର 🔴 ଇଂଲଣ୍ଡ ବିପକ୍ଷ ଟି୨୦, ବୈଭବଙ୍କ ଉପରେ ନଜର 🔴 ଧୀରଜ ସେଠ ହେଲେ ସ୍ଥଳ ସେନାମୁଖ୍ୟ 🔴 ଥାର୍ ପରେ ଗନ କେଳେଙ୍କାରୀ, ସିଏଜି ଧରିଲେ ଦୁର୍ନୀତି 🔴 ମୋଦୀ ଡ଼କାଇଲେ ବୈଠକ ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼ 🔴 ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ 🔴 ବର୍ଷାରେ ଭିଜିଲା ଟ୍ୱିନ୍ ସିଟି 🔴 ବର୍ତ୍ତମାନ ସିବିଏସଇ ଛାତ୍ରଛାତ୍ରୀ ପଢିବେ ତିନୋଟି ଭାଷା 🔴 ୭ ତାରିଖ ଯାଏ  ପ୍ରବଳ ବର୍ଷା ! 🔴 ଏସଆଇ ପରୀକ୍ଷାର୍ଥୀଙ୍କ ପାଇଁ ଏକ ବଡ ସୂଚନା 🔴 ଗ୍ୟାସ୍ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିକର ଖବର 🔴 ଇଂଲଣ୍ଡ ବିପକ୍ଷ ଟି୨୦, ବୈଭବଙ୍କ ଉପରେ ନଜର 🔴 ଧୀରଜ ସେଠ ହେଲେ ସ୍ଥଳ ସେନାମୁଖ୍ୟ 🔴 ଥାର୍ ପରେ ଗନ କେଳେଙ୍କାରୀ, ସିଏଜି ଧରିଲେ ଦୁର୍ନୀତି 🔴 ମୋଦୀ ଡ଼କାଇଲେ ବୈଠକ ମନ୍ତ୍ରୀଙ୍କ ଛାତି ଧଡ଼ଧଡ଼ 🔴 ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ 🔴 ବର୍ଷାରେ ଭିଜିଲା ଟ୍ୱିନ୍ ସିଟି 🔴 ବର୍ତ୍ତମାନ ସିବିଏସଇ ଛାତ୍ରଛାତ୍ରୀ ପଢିବେ ତିନୋଟି ଭାଷା