Masthead

ସ୍ପେନ ରାଷ୍ଟ୍ରପତି କରୋନା ସଂକ୍ରମିତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିଲ୍ଲୀର ପ୍ରଗତି ମୈଦାନରେ ଆସନ୍ତା ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ବିଶ୍ୱର ଗମ୍ଭୀର ସମସ୍ୟାର ସମାଧାନ ପାଇଁ ଏକାଠି ହେବେ ଏହି ଦେଶ । ଏହି ବୈଠକରେ ଏକାଠି ହେବେ ଜି-୨୦ ରାଷ୍ଟ୍ର ସମୂହର ନେତା । ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦିଲ୍ଲୀରେ ପହଞ୍ଚିବା ନେଇ ହ୍ୱାଇଟହାଉସ ପକ୍ଷରୁ ସୂଚନା ଦିଆଯାଇଥିବାବେଳେ ଅନ୍ୟ ରାଷ୍ଟ୍ରନେତା ମାନେ ମଧ୍ୟ ଦିଲ୍ଲୀରେ ପହଞ୍ଚିବେ ।

ସମସ୍ତଙ୍କର ଭବ୍ୟ ସ୍ୱାଗତ ଓ ରହଣୀ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ଏହାଛଡା ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜି-୨୦ ସମ୍ମିଳନୀକୁ ବାୟୁସେନା ଏହାର ଫାଲକନ ବିମାନ ଚଳାଇ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ନଜର ରଖିବ । ଏବଂ ଏଥିରେ ଜଡିତ ଥିବା ରାଫାଲ, ସୁଖୋଇ, ମିଗ୍‌, ମିରାଜ ଏବଂ ଚିନୁକ ଭଳି ଯୁଦ୍ଧ ବିମାନକୁ ଜି-୨୦ ଶିଖର ସମ୍ମିଳନୀର ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି । ଏବଂ ବାୟୁସେନା କ୍ଷେପାଶସ୍ତ୍ର ନିୟୋଜିତ କରିଛି ଯାହା ୭୦ରୁ୮୦ କିଲୋମିଟର ଦୂରତା ଟାର୍ଗେଟରେ ପହଞ୍ଚିପାରେ ।

ବାୟୁସେନାର ପ୍ରଥମ ସ୍ୱଦେଶୀ ନୀରିକ୍ଷଣ ବିମାନ ‘ନେଟ୍ରୋ’ ଦିଲ୍ଲୀ ଅଞ୍ଚଳରେ ବାୟୁସ୍ଥାନ ଉପରେ ନଜର ରଖିବ । ଜି-୨୦ ସମ୍ମିଳନୀର ଏକମାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି ଭାରତୀୟ ସଙ୍ଗୀତର ସମୃଦ୍ଧ ଏøତିହ୍ୟ ଏବଂ ସଂଗୀତ ଦର୍ଶନ କାର୍ଯ୍ୟକ୍ରମ । ‘ଗାନ୍ଧର୍ଭା’ ଅଟୋଡିୟମ ନାମକ ଏହି କାର୍ଯ୍ୟକ୍ରମ ତିନି ଘଣ୍ଟା ହେବ । ୭୮ କଳାକାର ଭାରତର ୭୮ ବାଦ୍ୟଯନ୍ତ୍ର ବଜାଇବେ । ଅନ୍ୟପଟେ ସ୍ପେନ ରାଷ୍ଟ୍ରପତି ପେଡ୍ରୋ ସାନେଜ କରୋନା ସଂକ୍ରମିତ ହୋଇଛନ୍ତି । ଏଥିପାଇଁ ଏହି ଜି-୨୦ ସମ୍ମିଳନୀରେ ସେ ଅଂଶ ଗ୍ରହଣ କରିବେ ନାହିଁ ।

ତାଙ୍କ ସ୍ଥାନରେ ଉପରାଷ୍ଟ୍ରପତି ନାଦିଆ କଲଭିନୋ ସାଣ୍ଟାମାରିଆ ଏବଂ ବୈଦେଶିକ ମନ୍ତ୍ରୀ ଜୋସେ ମାନୁଏଲ ଆଲର୍ବେସ । ଅନ୍ୟପଟେ ବ୍ରିଟେନ ପ୍ରଧାନ ମନ୍ତ୍ରୀ ଋଷି ସୁନାକ ଓ ଆମେରିକା ରାଷ୍ଟ୍ରପତି ଆଜି ଦିଲ୍ଲୀରେ ପହଞ୍ଚିବେ । ଏହାସହ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସୁନାହାନ୍ତି । ପୁଟିନଙ୍କ ସ୍ଥାନରେ ଋଷର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ପ୍ରତିନିଧିତ୍ୱ କରିବେ । ଜି-୨୦ ସମ୍ମିଳନୀରେ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ଭାରତୀୟ ଶୈଳୀରେ ସେମାନଙ୍କୁ ସ୍ୱାଗତ କରିବ ଏଆଇ ଆଙ୍କର ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା