Masthead

ଖୋଲିଲା ହୀରାକୁଦର ୪ ଗେଟ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ଖୋଲିଲା ହୀରାକୁଦର ୪ ଗେଟ୍ । ଦିନ ୧୧ଟାରେ ୪ଟି ଗୋଟ୍ ଖୋଲାଯାଇଛି । ବାମ ପଟେ ତିନିଟି, ବାମ ପଟେ ଗୋଟିଏ ଗେଟ ଖୋଲାଯାଇଛି । ପରବର୍ତ୍ତୀ ସମୟରେ ଅଧିକ ଗେଟ୍ ଖୋଲି ୧ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ପାଣି ଛଡ଼ାଯିବ । ହୀରାକୁଦର ଜଳଭଣ୍ଡାରରର ଜଳସ୍ତର ୬୧୧ ଫୁଟ ଟପିବା ପରେ ଗେଟ୍ ଖୋଲିବାକୁ ହୋଇଛି ନିଷ୍ପତ୍ତି। ପାଣି ଛଡ଼ାଯିବା ପରେ ମହାନଦୀର ତଳମୁଣ୍ଡରେ ବଢ଼ିବ ଜଳପ୍ରବାହ ବଢ଼ିବ। ୧୦ରୁ ଅଧିକ ଜିଲ୍ଲା ଦେଇ ମହାନଦୀ ପ୍ରବାହିତ ହେଉଥିବାରୁ, ତଳିଆ ଅଂଚଳର ଲୋକଙ୍କୁ ପ୍ରଶାସନ କରିଛି ସତର୍କ । ଗେଟ ଖୋଲୁଥିବାରୁ ମୁଖ୍ୟବନ୍ଧ ଓ ଆଖପାଖ ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଥିବାରୁ ଗୁରୁବାର ହୀରାକୁଦ ନଦୀବନ୍ଧରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ପୂଜାପାଠ ପରେ ପ୍ରଥମେ ହୀରାକୁଦ ସ୍ପିଲୱେର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲିଛି। ପର୍ଯ୍ୟାୟକ୍ରମେ ସ୍ପିଲ୍ୱେର ଆଉ ୩ଟି ସ୍ଲୁଇସ୍ ଗେଟ୍ ଜଳ ନିଷ୍କାସନ କରାଯିବ। ମହାନଦୀ ଓ ଏହାର ଶାଖା ନଦୀର ଜଳସ୍ତର ବୃଦ୍ଧି ପାଇବ । ତେଣୁ ନଦୀ ଅବବାହିକା ଓ ତଳମୁଣ୍ଡରେ ଥିବା ଲୋକଙ୍କୁ ମହାନଦୀରେ ପ୍ରବେଶ ନକରିବା ସହ ସତର୍କ ରହିବାକୁ ଡାକବାଜୀ ଯନ୍ତ୍ର ମାଧ୍ୟମରେ ଅବଗତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନଦୀରେ ସିଲିଣ୍ଡର ବନ୍ୟା 🔴 ଖୋଲିଲା ହୀରାକୁଦର ୪ ଗେଟ୍ 🔴 ଆମେରିକା ଆକ୍ରମଣରେ ଥରହର ଇରାନ 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌ 🔴 ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ଭୁବନେଶ୍ୱର କୋର୍ଟକୁ ବୋମା ଧମକ 🔴 ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର 🔴 ପାକିସ୍ତାନୀ କାର୍ଗୋ ବିମାନ ନିଖୋଜ 🔴 ମଧ୍ୟପ୍ରାଚ୍ୟରେ ପୁଣି ବଢିଲା ଉତ୍ତେଜନା 🔴 ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି 🔴 ନଦୀରେ ସିଲିଣ୍ଡର ବନ୍ୟା 🔴 ଖୋଲିଲା ହୀରାକୁଦର ୪ ଗେଟ୍ 🔴 ଆମେରିକା ଆକ୍ରମଣରେ ଥରହର ଇରାନ 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌ 🔴 ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ଭୁବନେଶ୍ୱର କୋର୍ଟକୁ ବୋମା ଧମକ 🔴 ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର 🔴 ପାକିସ୍ତାନୀ କାର୍ଗୋ ବିମାନ ନିଖୋଜ 🔴 ମଧ୍ୟପ୍ରାଚ୍ୟରେ ପୁଣି ବଢିଲା ଉତ୍ତେଜନା 🔴 ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି